ମେମୁ ଟ୍ରେନ ଦୁର୍ଘଟଣା ମାମଲା : ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ

ବାଲେଶ୍ୱର : ନୀଳଗିରି ରୋଡ୍ ଷ୍ଟେସନରେ ଭଦ୍ରକ -ଖଡ଼ଗପୁର ମେମୁ ଟ୍ରେନ୍ ଲୁପ୍ ଲାଇନରେ ଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ୨ ଜଣ ରେଳ କର୍ମଚାରୀ । ନୀଳଗିରି ରୋଡ୍ ଷ୍ଟେସନ୍‌ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍‌ ସେକ୍‌ ମହମ୍ମଦ ଖଲିପ ନିଲମ୍ବିତ ହୋଇଛନ୍ତି‌ । କାର୍ଯ୍ୟରେ ଅବହେଳା ପାଇଁ ଖଡ଼ଗପୁର ଡିଆରଏମ୍ AR ଚୌଧୁରୀ ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଛନ୍ତି । […]

Samaya Live Picture
Published On

ବାଲେଶ୍ୱର : ନୀଳଗିରି ରୋଡ୍ ଷ୍ଟେସନରେ ଭଦ୍ରକ -ଖଡ଼ଗପୁର ମେମୁ ଟ୍ରେନ୍ ଲୁପ୍ ଲାଇନରେ ଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ୨ ଜଣ ରେଳ କର୍ମଚାରୀ । ନୀଳଗିରି ରୋଡ୍ ଷ୍ଟେସନ୍‌ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍‌ ସେକ୍‌ ମହମ୍ମଦ ଖଲିପ ନିଲମ୍ବିତ ହୋଇଛନ୍ତି‌ । କାର୍ଯ୍ୟରେ ଅବହେଳା ପାଇଁ ଖଡ଼ଗପୁର ଡିଆରଏମ୍ AR ଚୌଧୁରୀ ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଛନ୍ତି । ତାସହ ପୁରା ମାମଲାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି ଭଦ୍ରକ-ଖଡ଼ଗପୁର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ତେବେ ସୋର ଷ୍ଟେସନ୍‌ ପାର୍‌ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଚାଲିଥିଲା। ଟ୍ରେନ୍‌ଟି ୧୦ଟା ୫୩ ମିନିଟ୍‌ ବେଳକୁ ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍ ଟ୍ରେନ୍‌ ପଏଣ୍ଟ ନଲାଗିବା କାରଣରୁ ଲୁପ ଲାଇନରେ ପଶି ଯାଇଥିଲା I ତେବେ ଟ୍ରେନଟି ମେନ ଟ୍ରାକ ରୁ ଓହ୍ଲାଇ ଯାଇଥିବା ଜାଣିପାରି ଲୋକ ପାଇଲଟ ଉପସ୍ଥିତ ବୁଦ୍ଧି ଯୋଗୁଁ ଷ୍ଟେସନରୁ ପ୍ରାୟ ୨୦୦ ମିଟର ପୂର୍ବରୁ ଟ୍ରେନକୁ ଆପାତକାଳୀନ ବ୍ରେକ ଲଗାଇ ଥିଲେ I ଫଳରେ ଟ୍ରେନଟି ଖୁବ ଜୋର ଶବ୍ଦ କରି ଷ୍ଟେସନ ପୂର୍ବରୁ ଅଟକି ଯାଇଥିଲା I ହଠାତ୍‌ କଣ ହେଲା, କେହି କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇପଡ଼ିଥିଲେ। ପ୍ରାୟ ଅଧଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା ଏବଂ ଘଟଣାର ତଦାରଖ କରିଥିଲା। ପରେ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ। ଟ୍ରେନ୍‌ଟି ଘଟଣାର ପ୍ରାୟ ୧ ଘଣ୍ଟା ୨୦ ମିନିଟ୍‌ ପରେ ବାଲେଶ୍ବର ଯାତ୍ରା କରିଥିଲା।

ସୂଚନାନୁସାରେ, ଗତ ଜୁନ ୨ ତାରିଖ ବାଲେଶ୍ୱର ଜିଲ୍ଲା ବାହାନଗା ରୋଡ଼ ଷ୍ଟେସନରେ ଘଟିଥିଲା ଭୟଙ୍କର ସିରିଜ ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ସିଗ୍ନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୫ ଜଣ ଗିରଫ ହୋଇଥିବା ବେଳେ ସିବିଆଇ ଯାଞ୍ଚ ଜାରି ରହିଛି I

Tags: