ବାରିପଦାରେ ଖୁବ ଶୀଘ୍ର ଆରମ୍ଭ ହେବ କଳବାଘ ସଫାରୀ – ପିସିସିଏଫ

ବାରିପଦା : ଖୁବଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ । ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ସୂଚନା ଦେଇଛନ୍ତି। କଳାବାଘ ସଫାରୀ ତିଆରି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏପରିକି ସିଜେଡ୍‌ଏ (CZA)ଠାରୁ ଅନୁମତି ମିଳିସାରିଛି। ହେଲେ ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ନନ୍ଦନକାନନରେ ଥିବା ୪ଟି କଳା ମହାବଳ ଓ ଅନ୍ୟ ଏକ ବାଘକୁ ଏହି ସଫାରରେ ରଖାଯିବ। ଏହା ଦ୍ବାରା କଳାବାଘ ବଂଶ ବୃଦ୍ଧି ନେଇ ଲକ୍ଷ୍ୟ […]

Samaya Live Picture
Published On

ବାରିପଦା : ଖୁବଶୀଘ୍ର ବାରିପଦାରେ ଆରମ୍ଭ ହେବାକୁ ଯାଉଛି କଳାବାଘ ସଫାରୀ । ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ସୂଚନା ଦେଇଛନ୍ତି। କଳାବାଘ ସଫାରୀ ତିଆରି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏପରିକି ସିଜେଡ୍‌ଏ (CZA)ଠାରୁ ଅନୁମତି ମିଳିସାରିଛି। ହେଲେ ସୁପ୍ରିମକୋର୍ଟଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି।

ନନ୍ଦନକାନନରେ ଥିବା ୪ଟି କଳା ମହାବଳ ଓ ଅନ୍ୟ ଏକ ବାଘକୁ ଏହି ସଫାରରେ ରଖାଯିବ। ଏହା ଦ୍ବାରା କଳାବାଘ ବଂଶ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଥିବା ପିସିସିଏଫ୍‌ ନନ୍ଦ ପ୍ରକାଶ କରିଛନ୍ତି। ଆଗକୁ କଳାବାଘଙ୍କ ବଂଶ ବୃଦ୍ଧି ହେଲେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । କଳାବାଘ ସଫାରୀ ଏକ ନିଆରା ପ୍ରୟାସ ।

ଗତ କିଛିଦିନ ତଳେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଏକ କଳାବାଘ ବୁଲୁଥିବା କ୍ୟାମେରାରେ କଏଦ ହୋଇଥିଲା। ସେହିପରି ସୁନ୍ଦରଗଡ଼ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ଏକ କଳାବାଘ ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଫଟୋ କଏଦ ହୋଇଛି। ୨୦୧୮ରେ ପ୍ରଥମେ ଏହି କଳାବାଘ ଉକ୍ତ ଜଙ୍ଗଲରେ ଠାବ ହୋଇଥିଲା। ପୁଣି ୨୦୨୨ ଓ ୨୦୨୩ରେ ମଧ୍ୟ ଟ୍ରାପ କ୍ୟାମେରାରେ କଳାବାଘକୁ ଠାବ କରାଯାଇଥିଲା। ଏଥର ୩ ମାସ ତଳେ ପୁଣି କ୍ୟାମେରାରେ ଚିହ୍ନଟ ହୋଇଛି।

Tags: