କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ୱର:କେ ନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ । JSW-ପୋସ୍କୋ ମିଳିତ ଭାବେ ଏହି ମେଗା ଷ୍ଟିଲପ୍ଲାଣ୍ଟ କରିବେ । କେନ୍ଦୁଝର ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜେଏସଡବ୍ଲ୍ୟୁ ସହ ପୋସ୍କୋ ଏମଓୟୁ କରିବା ପରେ ଏନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ ସମୟରେ ସେଠାରେ ଉଭୟ JSW […]

Samaya Live Picture
Published On

ଭୁବନେଶ୍ୱର:କେ ନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ । JSW-ପୋସ୍କୋ ମିଳିତ ଭାବେ ଏହି ମେଗା ଷ୍ଟିଲପ୍ଲାଣ୍ଟ କରିବେ । କେନ୍ଦୁଝର ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜେଏସଡବ୍ଲ୍ୟୁ ସହ ପୋସ୍କୋ ଏମଓୟୁ କରିବା ପରେ ଏନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ ସମୟରେ ସେଠାରେ ଉଭୟ JSW ଓ ପୋସ୍କୋ ସହ ଆଲୋଚନା କରିଥିଲି । ଏହା ମଧ୍ୟରେ ସେମାନେ ମଧ୍ୟ ପରସ୍ପର ମଧ୍ୟରେ ଏମ୍‌ଓୟୁ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଉଭୟ କମ୍ପାନୀ ପ୍ଲାଣ୍ଟ କରିବେ ବୋଲି ମେନ୍‌ସନ୍‌ କରିଛନ୍ତି । ଏହି ଷ୍ଟିଲ ପ୍ଲାଣ୍ଟ ନିଶ୍ଚିତ ଭାବେ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: