ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ : ଚଳିତ ବର୍ଷ ଜୁଲାଇ ୭ ରେ ପଡୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା I ସୁରୁଖୁରୁରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ସର୍କିଟ ହାଉସ ଠାରେ ଏହି ବୈଠକ ପ୍ରସ୍ତୁତି ହୋଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ , ଏସ୍ପି, ଜିଲ୍ଲା ପୁଲିସ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ […]
ପୁରୀ : ଚଳିତ ବର୍ଷ ଜୁଲାଇ ୭ ରେ ପଡୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା I ସୁରୁଖୁରୁରେ ରଥଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ସର୍କିଟ ହାଉସ ଠାରେ ଏହି ବୈଠକ ପ୍ରସ୍ତୁତି ହୋଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ , ଏସ୍ପି, ଜିଲ୍ଲା ପୁଲିସ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ I
ଅକ୍ଷୟତୃତୀୟା ଦିନ ଠାରୁ ରଥ କାର୍ଯ୍ୟ ଆରମ୍ଭ ହେବ । ରଥ ନିର୍ମାଣ କିପରି ସୁରୁଖୁରୁରେ ହେବ ସେନେଇ ମଧ୍ୟ ଆଲୋଚନା ହୋଇଛି । ନିର୍ବାଚନ ଓ ଏହା ପରେ ପରେ ଅନୁଷ୍ଠିତ ହେବାକୁ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଏହାକୁ ଶୃଙ୍ଖଳିତ ସହ ତୁଲାଇବାକୁ ଏପରି ବ୍ୟବସ୍ଥା କରାଯାଇଛି । ଏଥିସହ ରଥଯାତ୍ରା ସମୟରେ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା,ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ଗହଳି ନିୟନ୍ତ୍ରଣ, ବିଭିନ୍ନ ପ୍ରକାର ପାସ୍ ବ୍ୟବସ୍ଥା, ଯାତ୍ରୀ ପରିବହନ, ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଇଛି ।




