ଏଣିକି ଓଡ଼ିଆ ଭାଷାରେ ପଢ଼ାଯିବ ମେଡିକାଲ ପାଠ – ଅମିତ ଶାହ
ସମ୍ବଲପୁର : ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସିଛନ୍ତି I ଓଡ଼ିଶା ଆସି ସମ୍ବଲପୁର ଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ ବର୍ଷିଛନ୍ତି ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବଲପୁରରେ ମେଡିକାଲ କଲେଜ ଖୋଲିବାର ପ୍ରତିଶ୍ରୁତି ଦେଇଛନ୍ତି । ସେଠାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହେବ । ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ। ୧୮ ମାସରେ ଚିଟ୍ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍ରେ ପୂରାଇବୁ। ଆଉ […]
ସମ୍ବଲପୁର : ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସିଛନ୍ତି I ଓଡ଼ିଶା ଆସି ସମ୍ବଲପୁର ଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ ବର୍ଷିଛନ୍ତି ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବଲପୁରରେ ମେଡିକାଲ କଲେଜ ଖୋଲିବାର ପ୍ରତିଶ୍ରୁତି ଦେଇଛନ୍ତି । ସେଠାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ହେବ । ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ। ୧୮ ମାସରେ ଚିଟ୍ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍ରେ ପୂରାଇବୁ। ଆଉ ଲୋକଙ୍କୁ ପଇସା ଫେରାଇବୁ। ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ।
ଏଥିସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଉତ୍କଳ ପ୍ରଦେଶରେ ଉତ୍କଳର ପୁଅ ଶାସନ କରିବ । ଓଡ଼ିଆ କହିପାରୁଥିବା ବ୍ୟକ୍ତି ଶାସନ କରିବେ । ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ । ଓଡ଼ିଶାବାସୀ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି କହି ନିବେଦନ କଲେ ଅମିତ ଶାହା ।
ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ। ମୋଦି ଦେଶକୁ ସୁରକ୍ଷିତ, ସମୃଦ୍ଧ ବନାଇଛନ୍ତି। ଆଗାମୀ ୨୫ ବର୍ଷ, ଭାରତର ୨୫ ବର୍ଷ ହେବ। ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି। ନବୀନ ବାବୁ କିଛି କରୁନାହାନ୍ତି, ତାଙ୍କ ବାବୁମାନେ ଶାସନ କରୁଛନ୍ତି । ବିଜେପିକୁ ଆସିଲେ ଓଡ଼ିଶାର ସନ୍ତାନ ଶାସନ କରିବେ, ବାବୁ ନୁହେଁ ବିଜେପିକୁ ବିଜୟୀ କରାନ୍ତୁ, ସମୃଦ୍ଧ ଓ ସ୍ବାଭିମାନୀ ଓଡ଼ିଶା ବନାନ୍ତୁ।




