ଓଡିଶାରୁ ୧୭ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ପଦକ
ଭୁବନେଶ୍ୱର : ସାହାସିକତା ପାଇଁ ଓଡିଶାରୁ ୧୭ ଜଣ ପୋଲିସଙ୍କୁ ଦିଆଯିବ ପଦକ I ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶର ମୋଟ ୯୫୪ ଜଣ ପୋଲିସଙ୍କୁ ସାହାସିକତା ପଦକ ପ୍ରଦାନ କରାଯିବ I ତନ୍ମଧ୍ୟରେ ଓଡିଶା ମଧ୍ୟ ରହିଛି I ସେବା ପାଇଁ ଏଡିଜି ସଂଜୟ କୁମାର, ଏଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ସାହସିକତା ପାଇଁ ଓଡିଶାର ୪ ଜଣଙ୍କୁ ମିଳିବ ପୋଲିସ ପଦକ। ସୁବେଦାର ପ୍ରହ୍ଲାଦ ହିମିରିକା, ଏସଆଇ ସନ୍ତୋଷ […]
ଭୁବନେଶ୍ୱର : ସାହାସିକତା ପାଇଁ ଓଡିଶାରୁ ୧୭ ଜଣ ପୋଲିସଙ୍କୁ ଦିଆଯିବ ପଦକ I ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶର ମୋଟ ୯୫୪ ଜଣ ପୋଲିସଙ୍କୁ ସାହାସିକତା ପଦକ ପ୍ରଦାନ କରାଯିବ I ତନ୍ମଧ୍ୟରେ ଓଡିଶା ମଧ୍ୟ ରହିଛି I ସେବା ପାଇଁ ଏଡିଜି ସଂଜୟ କୁମାର, ଏଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ସାହସିକତା ପାଇଁ ଓଡିଶାର ୪ ଜଣଙ୍କୁ ମିଳିବ ପୋଲିସ ପଦକ। ସୁବେଦାର ପ୍ରହ୍ଲାଦ ହିମିରିକା, ଏସଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହାଙ୍କୁ,କନଷ୍ଟେବଳ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ଦିଆଯିବ I
ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପୋଲିସ ପଦକ ଦିଆଯିବ I ଆଇଜି ଡ.ଦୀପକ କୁମାର,ଅତିରିକ୍ତ ଏସପି ଅନନ୍ତ ଚରଣ ପତି, ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା,ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ,କନଷ୍ଟେବଳ ପିଟର ତିର୍କୀ,ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଦିଲ୍ଲୀପ କୁମାର ନାଏକ,କନଷ୍ଟେବଳ ସୁଶାନ୍ତ କୁମାର ମାଝୀ,ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ପ୍ରଶଂସନୀୟ ସେବା ପୋଲିସ ପଦକ ଦିଆଯିବ I




