ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ରୋକିବାକୁ ପୋଲିସ ପ୍ରଶାସନର ଆଗୁଆ ପଦକ୍ଷେପ

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହେଉଛି ଗଞ୍ଜାମ I ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ I ରାଜ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ବାକିଥିବା ବେଳେ ଭୋଟଗଣତିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି କଟକଣା […]

Samaya Live Picture
Published On

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହେଉଛି ଗଞ୍ଜାମ I ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ I ରାଜ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ବାକିଥିବା ବେଳେ ଭୋଟଗଣତିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି କଟକଣା ଯୋଗୁଁ ଗଞ୍ଜାମରେ ରାତି ସାଢ଼େ ୮ଟା ପରେ ହୋଟେଲ, ଢାବା, ଚା’ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ରହିଛି । ଜୁନ୍ ୪ ଯାଏଁ ଏହି ଆଦେଶ ବଳବତ୍ତର ରହିବ । ଛତ୍ରପୁର ପୋଲିସ ମୁଖ୍ୟାଳୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

ଜଗମୋହନ ମୀନା କହିଛନ୍ତି ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ୧୦୦ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି I ଏମାନେ ହତ୍ୟାଠାରୁ ଆରମ୍ଭ କରି ଆର୍ମସ ଆକ୍ଟରେ ସମ୍ପୃକ୍ତ ରହିଥିବା ଅପରାଧୀ ତଥା ବହୁ ପୁରାତନ ମାମଲାରେ ୱାରେଣ୍ଟି ରହିଛନ୍ତି । ଭୋଟ ଗଣତିକୁ ଦୃଷ୍ଟିରେ ରଖି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି I ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୋଲିସ ଓ ସିଆରପିିଏଫ ପକ୍ଷରୁ ମିଳିତ ଫ୍ଲାଗମାର୍ଚ୍ଚ କରାଯାଉଛି I

Tags: