ଶୀତରେ ଥରୁଛି ମୟୁରଭଞ୍ଜ,ଶିମିଳିପାଳରେ ୩ ଡିଗ୍ରୀ ତଳେ ତାପମାତ୍ରା

ମୟୁରଭଞ୍ଜ : ରାଜ୍ୟରେରେ ତଳମୁହାଁ ହୋଇଛି ପାରଦ I ବିଳମ୍ବରେ ହେଉପଛେ ବଢ଼ିଚାଲିଛି ଶୀତ । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ୨୪ଟି ଜିଲ୍ଲାରେ ପାରଦ ୧୫ ଡିଗ୍ରୀ ତଳେ ରହିଛି I ସବୁଠାରୁ ଅଧିକ ଥଣ୍ଡା କେନ୍ଦୁଝରରେ ଅନୁଭୂତ ହେଉଥିବାବେଳେ, ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ ହେଉଛି ପାରଦ । ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତକାଲି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିବା ଶିମିଳିପାଳ ଡେପୁଟି […]

Samaya Live Picture
Published On

ମୟୁରଭଞ୍ଜ : ରାଜ୍ୟରେରେ ତଳମୁହାଁ ହୋଇଛି ପାରଦ I ବିଳମ୍ବରେ ହେଉପଛେ ବଢ଼ିଚାଲିଛି ଶୀତ । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ୨୪ଟି ଜିଲ୍ଲାରେ ପାରଦ ୧୫ ଡିଗ୍ରୀ ତଳେ ରହିଛି I ସବୁଠାରୁ ଅଧିକ ଥଣ୍ଡା କେନ୍ଦୁଝରରେ ଅନୁଭୂତ ହେଉଥିବାବେଳେ, ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ ହେଉଛି ପାରଦ । ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ । ଗତକାଲି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ କୁ ଖସିଥିବା ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ସାଇ କୀରଣ ଡି ଏନ ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳ ସମୟରେ କେବଳ କୁହୁଡ଼ି ରହୁଛି । ମୁହଁକୁ ମୁହଁ ଦିଶୁନି । ଶିମିଳିପାଳ ପାଦଦେଶରେ ଥିବା କରଞ୍ଜିଆ ଉପଖଣ୍ଡର ଯଶିପୁର,କରଞ୍ଜିଆ, ଶୁକୃଳି,ରରୁଆ, ଠାକୁରମୁଣ୍ଡା ଅଞ୍ଚଳରେ ହାଲୁକା କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଲୋକମାନେ ବାଧ୍ୟ ହୋଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି । ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାଘାଟ ଶୂନସାନ ହେଇଯାଉଛି । ତେବେ ହାଡ଼ ଭଙ୍ଗା ଶୀତରେ ବି ଶିମିଳପାଳର ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶୀତ ଦିନ ପାଇଁ ଏଠାରେ ଶୀତ ବସ୍ତ୍ର ଦୋକାନ ପଡ଼ିଛି । ଲୋକମାନେ ଶୀତ ବସ୍ତ୍ର କିଣିବା ପାଇଁ ଭିଡ଼ ଲାଗାଇଛନ୍ତି । ଅନ୍ୟପଟେ ଦୋକାନୀ ମାନଙ୍କର ବି ଭଲ ଦୁଇ ପଇସା ରୋଜଗାର ହେଉଛି ।

Tags: