ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହେଲା ପରିବାର

ସମୟ ଲାଇଭ,୧୮/୨( ରାଜ ଗୁପ୍ତା): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମରେ ଅଗ୍ନିକାଣ୍ଡ। ବଳରାମ ବାସ୍କେଙ୍କ ଘରେ ଖରାବେଳ ପାଇଁ ରୋଷେଇ କରୁଥିବା ବେଳେ ଚୁହ୍ଲିରୁ ନିଆଁ ଉଡି ଘଟିଛି ଅଗ୍ନିକାଣ୍ଡ। ତେବେ ନିଆଁ ଲାଗିଥିବାର ଜାଣି ଆୟତ୍ତ କରିବାକୁ ପରିବାର ପକ୍ଷରୁ ଉଦ୍ୟମ କରିଥିଲେ ମଧ୍ୟ ସେତେବେଳକୁ ଅଣାୟତ୍ତ ରୂପ ନେଇଥିଲା ନିଆଁ। ଅନ୍ୟପଟେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ […]

Samaya Live Picture
Published On

ସମୟ ଲାଇଭ,୧୮/୨( ରାଜ ଗୁପ୍ତା): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମରେ ଅଗ୍ନିକାଣ୍ଡ। ବଳରାମ ବାସ୍କେଙ୍କ ଘରେ ଖରାବେଳ ପାଇଁ ରୋଷେଇ କରୁଥିବା ବେଳେ ଚୁହ୍ଲିରୁ ନିଆଁ ଉଡି ଘଟିଛି ଅଗ୍ନିକାଣ୍ଡ। ତେବେ ନିଆଁ ଲାଗିଥିବାର ଜାଣି ଆୟତ୍ତ କରିବାକୁ ପରିବାର ପକ୍ଷରୁ ଉଦ୍ୟମ କରିଥିଲେ ମଧ୍ୟ ସେତେବେଳକୁ ଅଣାୟତ୍ତ ରୂପ ନେଇଥିଲା ନିଆଁ। ଅନ୍ୟପଟେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ତାଙ୍କର ଧାନ, ଚାଉଳ, ଜମିଜମା କାଗଜପତ୍ର, ନଗଦଟଙ୍କା, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁକିଛି ଛାରଖାର ହୋଇଯାଇଥିଲା ।ବଳରାମଙ୍କ ପରିବାର ନିକଟରେ ନିଜର ପିନ୍ଧାଲୁଗା ଛଡା ସର୍ବସ୍ବ ପୋଡି ନଷ୍ଟ ହୋଇ ଯାଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି।

Tags: