ପାରାଦୀପରେ ସର୍ବାଧିକ ବର୍ଷା,୨୧୦ କିଲୋମିଟର ଦୂରରେ ବାତ୍ୟା

ଭୁବନେଶ୍ଵର : ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା। ଦାନା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ ହୋଇଛି। ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ , […]

Samaya Live Picture
Published On

ଭୁବନେଶ୍ଵର : ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା। ଦାନା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ ହୋଇଛି। ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ , ବାଲେଶ୍ଵର, କେନ୍ଦ୍ରାପଡା ଉପକୂଳରେ ସ୍ଵାଭାବିକଠୁ ଅଧିକ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆଶଙ୍କା କରାଯାଉଛି।

ଆଜି ମଧ୍ୟ ରାତ୍ରିରୁ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ‘ଦାନା’ । ଭିତରକନିକା-ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ । ବର୍ତ୍ତମାନ ଏହା ପାରାଦୀପ ଠାରୁ ୨୧୦ କିଲୋମିଟର, ଧାମରା ଠାରୁ ୨୪୦କିଲୋମିଟର ଦୂରରେ ଅବସ୍ଥିତ । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ବାତ୍ୟା କେଉଁଠି ମାଡ଼ ହେବ ସେନେଇ ଭା‌ରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ । ‘ଦାନା’ ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ। ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା । ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା । ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା ।

Tags: