ମାଉସୀମା ମନ୍ଦିରରେ ଅଘଟଣ, ଘଡଘଡିରେ ୬୦ ଫୁଟ ତଳକୁ ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି
ଭୁବନେଶ୍ୱର: ମନ୍ଦିରରେ ଘଟିଲା ଅଘଟଣ I ଘଡ଼ଘଡ଼ିରେ ଖସି ପଡିଲା ମନ୍ଦିରର ଦଧିନଉତି I ଘଟଣା ଘଟିଛି ରାଜଧାନୀ ମାଉସୀମା ଛକରେ ଥିବା ରାମେଶ୍ୱର ମନ୍ଦିରରେ I ଆଜି ସକାଳ ପହରୁ ଭୁବନେଶ୍ୱର କଟକ ସମେତ କେତେକ ଉପକୂଳ ଅଂଚଳରେ ଲାଗିରହିଛି ନିରଧୂମ ବର୍ଷା I ପୁରା କଳାହାଣ୍ଡିଆ ମେଘ ତୁହାକୁ ତୁହା ବର୍ଷି ଚାଲିଛି । ପ୍ରଥମେ ସକାଳୁ ସକାଳୁ ଆରମ୍ଭ ହେଇଯାଇଥିଲା ଝିପି ଝିପି ଲଗାଣ ବର୍ଷା I ଏହାପରେ ୯ ଟା ବେଳକୁ […]
ଭୁବନେଶ୍ୱର: ମନ୍ଦିରରେ ଘଟିଲା ଅଘଟଣ I ଘଡ଼ଘଡ଼ିରେ ଖସି ପଡିଲା ମନ୍ଦିରର ଦଧିନଉତି I ଘଟଣା ଘଟିଛି ରାଜଧାନୀ ମାଉସୀମା ଛକରେ ଥିବା ରାମେଶ୍ୱର ମନ୍ଦିରରେ I ଆଜି ସକାଳ ପହରୁ ଭୁବନେଶ୍ୱର କଟକ ସମେତ କେତେକ ଉପକୂଳ ଅଂଚଳରେ ଲାଗିରହିଛି ନିରଧୂମ ବର୍ଷା I ପୁରା କଳାହାଣ୍ଡିଆ ମେଘ ତୁହାକୁ ତୁହା ବର୍ଷି ଚାଲିଛି । ପ୍ରଥମେ ସକାଳୁ ସକାଳୁ ଆରମ୍ଭ ହେଇଯାଇଥିଲା ଝିପି ଝିପି ଲଗାଣ ବର୍ଷା I ଏହାପରେ ୯ ଟା ବେଳକୁ ବରଷାର ପ୍ରକୋପ ବଢିବା ସାଙ୍ଗକୁ ବିଜୁଳି ମାରିଥିଲା I ଠିକ ଦିନ ୧୦ଟା ବେଳକୁ କଳ୍ପନା ଛକ ଅଞ୍ଚଳରେ ଜୋର ଘଡ଼ଘଡ଼ି ଶବ୍ଦ ହେଇଥିଲା I ଆଖ ପାଖରେ କେଉଁଠି ବିଜୁଳି ମାରିବା ଭଳି ଜଣ ପଡିଥିଲା I ଏହି ସମୟରେ ଦେଖିଲା ବେଳକୁ କଳ୍ପନା ଛକ ନିକଟବର୍ତୀ ମାଉସୀମା ମନ୍ଦିରରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାପଡିଥିଲା । ବିଜୁଳି ଘଡ଼ଘଡ଼ିରେ ପୁରା ଭାଙ୍ଗିକି ଗୁଣ୍ଡ ହୋଇଯାଇଛି ମନ୍ଦିରର ଦଧିନଉତି ।

ଏହି ସମୟରେ ମନ୍ଦିରରେ ପୂଜା ଚାଲିଥିଲା । ଆଉ ଠିକ ଏତିକି ବେଳେ ମାରିଥିଲା ଜୋର ବିଜୁଳି ସହ ଘଡ଼ଘଡ଼ି । ମନ୍ଦିର ଆଖପାଖ ପୁରା ଆଲୋକମୟ ହୋଇଯାଇଥିଲା । ଆଉ ଏହାପରେ ଦେଖିଲା ବେଳକୁ ମନ୍ଦିରର ଦଧିନଉତି ଭାଙ୍ଗି ଆସି ତଳେ ପଡ଼ିଗଲା । ଏହା ସହିତ ମନ୍ଦିର ଚୁଡାରେ ଥିବା ପତାକା ବି ଖସି ଆସି ତଳେ ପଡିଥିଲା Iଏତିକିବେଳେ ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି। ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।




