ଫେବୃଆରି ୨୧ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ,ମାର୍ଚ୍ଚ ୬ ରେ ଶେଷ
ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା । ମାଟ୍ରିକ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ଖାତାଦେଖା। ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି। ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ନହେବା […]
ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ୍ ପରୀକ୍ଷା । ମାଟ୍ରିକ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ଖାତାଦେଖା। ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା ପ୍ରକ୍ରିୟା। ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି।
ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ପ୍ରଶ୍ନପତ୍ରରେ ଏଥର ରହିବ ସିରିଏଲ୍ ନମ୍ବର। ଏହାଦ୍ୱାରା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ଜଣାପଡିବ । କେଉଁସ୍ଥାନରୁ ଓ ସେଣ୍ଟରରୁ ଭାଇରାଲ୍ ହୋଇଛି, ତାହା ସ୍ପଷ୍ଟ ଭାବେ ଜଣାପଡିବ । ଏଥିସହ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ ଏବଂ କ୍ୟୁଆର କୋଡ। ୭ଟା ୩୦ରୁ ୮ଟା ୩୦ ଭିତରେ ନୋଡାଲ୍ ସେଣ୍ଟର ଯିବ ପ୍ରଶ୍ନପତ୍ର। ସବୁ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ। ୫ରୁ ୧୦ କିମି ଭିତରେ ରହିବ ପରୀକ୍ଷା କେନ୍ଦ୍ର।
ଚଳିତ ବର୍ଷ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏଥି ସହିତ ପ୍ରଶ୍ନ ପତ୍ର ପାଇଁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ୧୨ରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବା ଆରମ୍ଭ କରାଯିବ। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା କରାଯିବ । ଏହାସହ ୪ ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ମୋଟ୍ ୧୭୨ଟି ସ୍କ୍ୱାର୍ଡ ରହିବେ । ଛାତ୍ରଛାତ୍ରୀ କେନ୍ଦ୍ରରେ ପହଞ୍ଚିଲେ ପ୍ରଶ୍ନପତ୍ର ପହଞ୍ଚିବ ।




