ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ
ଭୁବନେଶ୍ୱର : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ମାଟ୍ରିକ ସପ୍ଲିମେଣ୍ଟାରୀ ପାସ୍ ହାର ୪୩.୬୨ ପ୍ରତିଶତ ରହିଛି । ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ବୋର୍ଡ କାର୍ଯ୍ୟଳୟରେ ସଭାପତି ପ୍ରକାଶ କଲେ ରେଜଲ୍ଟ । ସୂଚନା ଅନୁଯାୟୀ, ଜୁଲାଇ ୩ରୁ ଆରମ୍ଭ ହୋଇଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। । ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । […]
ଭୁବନେଶ୍ୱର : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ମାଟ୍ରିକ ସପ୍ଲିମେଣ୍ଟାରୀ ପାସ୍ ହାର ୪୩.୬୨ ପ୍ରତିଶତ ରହିଛି । ୧୩୧୦ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୪୩୩ ପିଲା କୃତକାର୍ଯ୍ୟ ହୋଇଛନ୍ତି। ବୋର୍ଡ କାର୍ଯ୍ୟଳୟରେ ସଭାପତି ପ୍ରକାଶ କଲେ ରେଜଲ୍ଟ ।
ସୂଚନା ଅନୁଯାୟୀ, ଜୁଲାଇ ୩ରୁ ଆରମ୍ଭ ହୋଇଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। । ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ସମୁଦାୟ ୧ ହଜାର ୩୧୦ ଜଣ ପିଲା ଫର୍ମ ଫିଲପ କରିଥିଲେ । ସେଥିରୁ ୪୩୩ ଜଣ ପିଲା ପାସ୍ କରିଛନ୍ତି । ସମୁଦାୟ ପରୀକ୍ଷା ଦେଇଥିଲେ ୯୫୦ ପରୀକ୍ଷାର୍ଥୀ । ଏଥିରୁ ପରୀକ୍ଷା ଦେଇନାହାନ୍ତି ୩୬୦ ଜଣ ପରୀକ୍ଷାର୍ଥୀ ।
ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମଧ୍ୟ ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷା ଦେଇଥିବା ଉଭୟ ଛାତ୍ରଛାତ୍ରୀ WWW.bseodisha.ac.in ରେ ପରୀକ୍ଷା ଫଳ ଦେଖିପାରିବେ ।




