ଜୁଲାଇ ୨୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଆଜି ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା – ୨୦୨୪ ନିମନ୍ତେ ତାରିଖ ଘୋଷଣା କରିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) I ଜୁଲାଇ ୨୨ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୩୧ ରେ ସରିବ I ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ। ପ୍ରତିଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। କେବଳ ଗଣିତ ପରୀକ୍ଷାରେ ଅଧିକ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା – ୨୦୨୪ ନିମନ୍ତେ ତାରିଖ ଘୋଷଣା କରିଛି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) I ଜୁଲାଇ ୨୨ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୩୧ ରେ ସରିବ I ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ। ପ୍ରତିଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ ଅର୍ଥାତ୍‌ ସେହିଦିନ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ପରୀକ୍ଷା ଶେଷ ହେବ। ଏହି ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

BSE ର ବିଜ୍ଞପ୍ତି ଅନୁଯାୟୀ, ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଜୁନ୍ ୨୫ ସୁଦ୍ଧା ଏହାର ଅଫିସିଆଲ୍ ୱେବସାଇଟରେ ଅନଲାଇନରେ bseodisha.ac.in ରେ ଆବେଦନ କରିପାରିବେ।

ଜୁଲାଇ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ,ତେଲୁଗୁ ପରୀକ୍ଷା ହେବ। ସେହିପରି ଜୁଲାଇ ୨୪ରେ ଦ୍ୱିତୀୟ ଭାଷା ଇଂଲିଶ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା(କେବଳ ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ),୨୬ରେ ସାଧାରଣ ବିଜ୍ଞାନ, ୨୮ରେ ତୃତୀୟ ଭାଷା ଭିଜୁଆଲ୍‌ ଆର୍ଟ(ପ୍ରାକ୍ଟିକାଲ), ୨୯ରେ ଗଣିତ, ୩୦ରେ ସାମାଜିକ ବିଜ୍ଞାନ ଓ ୩୧ ତାରିଖରେ ତୃତୀୟ ଭାଷା ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ, ଭିଜୁଆଲ ଆର୍ଟ ଥିଓରି(ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ପରୀକ୍ଷା ହେବ। ଭିଜୁଆଲ ଆର୍ଟ ଏବଂ ଭୋକେସନାଲ ଟ୍ରେଡ୍‌ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବ୍‌ଜେକ୍ଟିଭ ଓ ୫୦ ମାର୍କର ଅବ୍‌ଜେକ୍ଟିଭ ପ୍ରଶ୍ନ ଆସିବ। ଅବ୍‌ଜେକ୍ଟିଭ ପ୍ରଶ୍ନର ଉତ୍ତର ଓଏମ୍‌ଆର୍‌ ସିଟ୍‌ରେ ଏବଂ ସବ୍‌ଜେକ୍ଟିଭ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସଂଲଗ୍ନ ଉତ୍ତର ଖାତାରେ ଦେବାକୁ ହେବ। ଭୋକେସନାଲ ଟ୍ରେଡ୍‌ ଥିଓରୀ ବିଷୟଗୁଡ଼ିକରେ ୫୦ ମାର୍କ ଓ ଭିଜୁଆଲ ଆର୍ଟରେ ୨୦ ମାର୍କର ସବ୍‌ଜେକ୍ଟିଭ ପ୍ରଶ୍ନ ଆସିବ। ଭୋକେସନାଲ ଟ୍ରେଡ୍‌ଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା(୫୦ ମାର୍କ) ନିଜ ବିଦ୍ୟାଳୟରେ ଜୁଲାଇ ୧ରୁ ୬ ତାରିଖ ମଧ୍ୟରେ ଓସେପା ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ।

ଏହି ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ହାଇସ୍କୁଲର ପ୍ରଧାନଶିକ୍ଷକମାନେ ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ଡାକ ଯୋଗେ ପଠାଇବେ। ଏଥିସହ ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ ପରୀକ୍ଷା (୮୦ ମାର୍କ) ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି।

Tags: