ଆଜି ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ
କଟକ : ଶନିବାର ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ଆଜି ବାହାରିବ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ ଫଳାଫଳ। ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ଏହାର ରେଜଲ୍ଟ ପ୍ରୋସେସିଂ ହୋଇଥିଲା। ସୂଚନା ଅନୁଯାୟୀ, ଜୁଲାଇ […]
କଟକ : ଶନିବାର ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ଆଜି ବାହାରିବ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ ଫଳାଫଳ। ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ଏହାର ରେଜଲ୍ଟ ପ୍ରୋସେସିଂ ହୋଇଥିଲା।
ସୂଚନା ଅନୁଯାୟୀ, ଜୁଲାଇ ୧ ରେ ରାଜ୍ୟର ୯୮ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍ ଏବଂ ଏମ୍ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୩ ହଜାର ୪୮୭ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ଲାଗି ଆବେଦନ କରିଥିଲେ। ସେହିପରି ଏସ୍ଓଏସ୍ସି (ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ) ପରୀକ୍ଷା ପାଇଁ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ୧୦୩ଟି ପରୀକ୍ଷା କେନ୍ଦ୍ରରେ ଦେଇଥିଲେ। ତେବେ ଏହି ଦୁଇଟି ଯାକ ପରୀକ୍ଷା ଫଳ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ କରାଇବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ହୋଇଥିଲେ ମଧ୍ଯ ଜୁଲାଇ ୨୦ରେ ହେବାକୁ ଥିବା ଓଟିଇଟିରେ ପ୍ରଶ୍ନ ଲିକ୍ ଘଟଣା ବୋର୍ଡରେ ବିବାଦୀୟ ସ୍ଥିତି ଉପୁଜିଥିଲା। ତେଣୁ ଫଳ ପ୍ରକାଶରେ ବିଳମ୍ବ ହୋଇଥିବାର ଜଣାପଡ଼ିଛି।




