ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା,ଡିସେମ୍ବର ୯ରୁ ଖାତା ମୂଲ୍ୟାୟନ
ଭୁବନେଶ୍ୱର : ଆଜି ସରିଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା I ଡିସେମ୍ବର ୯ ରୁ ହେବ ପରୀକ୍ଷା ଖାତା ମୂଲ୍ୟାୟନ I ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ସମୁଦାୟ ୫୬ଟି କେନ୍ଦ୍ରରେ ୧୨ ହଜାର ୪୫୦ ଶିକ୍ଷକ କରିବେ ଖାତା ମୂଲ୍ୟାୟନ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ […]
ଭୁବନେଶ୍ୱର : ଆଜି ସରିଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା I ଡିସେମ୍ବର ୯ ରୁ ହେବ ପରୀକ୍ଷା ଖାତା ମୂଲ୍ୟାୟନ I ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ସମୁଦାୟ ୫୬ଟି କେନ୍ଦ୍ରରେ ୧୨ ହଜାର ୪୫୦ ଶିକ୍ଷକ କରିବେ ଖାତା ମୂଲ୍ୟାୟନ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି।
ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ସେହିପରି ମଧ୍ୟମରେ ୨୯୧୪ ଜଣ ପରୀକ୍ଷାର୍ଥୀ ୧୦୮ କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ଓପେନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ।
ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବା ଏହି ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ ହୋଇଥିଲା। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେବାକୁ ଅନୁମତି ଦିଆଯାଇ ନ ଥିଲା। ପରୀକ୍ଷାର୍ଥୀ କେବଳ ପେନ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି କହିଥିଲେ ବୋର୍ଡ ସଭାପତି।
ସେହିପରି ପରୀକ୍ଷା ଖାତା ମୂଲ୍ୟାଙ୍କନର ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଯେଉଁ କ୍ରମଶଃରେ ପରୀକ୍ଷା ହୋଇଥିଲା ସେହି କ୍ରମଶଃ ଆଧାରରେ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ I




