କାଲି ଖୁସି ଆଣିଥିବାବେଳେ ଆଜି ଦୁଃଖ ଦେଇଗଲେ ଚନ୍ଦନ
ଭଦ୍ରକ : ପାଣି ଫୋଟକା ପରି ମିଳେଇଗଲା ଦିନକର ଖୁସୀ Iଗତକାଲି ପୁଅ ମାଟ୍ରିକ୍ ପରୀକ୍ଷାରେ ୮୬ ପ୍ରତିଶତରୁ ଅଧିକ ମାର୍କରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପରିବାରରେ ଆସିଥିଲା ଖୁସିର ଜୁଆର I ଆଜି ସେହି ପୁଅ ପରିବାରରେ ଆଣିଦେଇଛି ଲୋତକ ବନ୍ୟା I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ I ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ,ଚନ୍ଦନ […]
ଭଦ୍ରକ : ପାଣି ଫୋଟକା ପରି ମିଳେଇଗଲା ଦିନକର ଖୁସୀ Iଗତକାଲି ପୁଅ ମାଟ୍ରିକ୍ ପରୀକ୍ଷାରେ ୮୬ ପ୍ରତିଶତରୁ ଅଧିକ ମାର୍କରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପରିବାରରେ ଆସିଥିଲା ଖୁସିର ଜୁଆର I ଆଜି ସେହି ପୁଅ ପରିବାରରେ ଆଣିଦେଇଛି ଲୋତକ ବନ୍ୟା I ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ I ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ,ଚନ୍ଦନ ଗତକାଲି ମାଟ୍ରିକ୍ ପରୀକ୍ଷାରେ ୬୦୦ରୁ ୫୧୯ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ଏହାକୁ ନେଇ ପରିବାରରେ ହସଖୁସିର ମାହୋଲ ଥିଲା । ଆଜି ଘର ପାଖ ପୋଖରୀରେ ଗାଧୋଉଥିବା ସମୟରେ ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ସେ ପୋଖରୀରେ ସେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ଚନ୍ଦନ ୫୧୯ ମାର୍କ ରଖିଥିଲେ। ଚନ୍ଦନଙ୍କୁ ହରାଇବା ଖବର ଶୁଣି ପରିବାର ସହିତ ସାରା ଗାଁ ସ୍ତବ୍ଧ ହୋଇଯାଇଛି I




