ମାଟ୍ରିକ ବିଜ୍ଞାନ ପ୍ରଶ୍ନ ପତ୍ରରେ ତୃଟି,ସ୍ୱୀକାର କଲେ କର୍ତୃପକ୍ଷ

ଭୁବନେଶ୍ୱର : ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ବଡ଼ ବିଭ୍ରାଟ । ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ । ବିଜ୍ଞାନ ପେପର ‘C’ ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ ଆସିଛି । ୧୦୦ ମାର୍କ ପାଇଁ ପରୀକ୍ଷା ହେଉଥିବା ବେଳେ ସବଜେକଟିଭ ପ୍ରଶ୍ନପତ୍ରରେ ୫୦ ମାର୍କରୁ ୪୬ ମାର୍କର ପ୍ରଶ୍ନ ଥିଲା । ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ ସଭାପତି । ମୂଲ୍ୟାୟନ ବେଳେ ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ […]

Samaya Live Picture
Published On

ଭୁବନେଶ୍ୱର : ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ବଡ଼ ବିଭ୍ରାଟ । ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ । ବିଜ୍ଞାନ ପେପର ‘C’ ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ ଆସିଛି । ୧୦୦ ମାର୍କ ପାଇଁ ପରୀକ୍ଷା ହେଉଥିବା ବେଳେ ସବଜେକଟିଭ ପ୍ରଶ୍ନପତ୍ରରେ ୫୦ ମାର୍କରୁ ୪୬ ମାର୍କର ପ୍ରଶ୍ନ ଥିଲା ।

ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ ସଭାପତି । ମୂଲ୍ୟାୟନ ବେଳେ ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି। ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ସ୍ପଷ୍ଟ କରାଯାଇଛି । ସେହିଭଳି ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି । ତେବେ ପ୍ରଶ୍ନ ପତ୍ର ଭାଇରାଲ କଥାକୁ ଖାରଜ କଲେ ବୋର୍ଡ କର୍ତ୍ତୃପକ୍ଷ । ସେ କହିଛନ୍ତି ଭାଇରାଲ ନେଇ ଆମ ପାଖେ କୌଣସି ଅଭିଯୋଗ ନାହିଁ ।

 

Tags: