ଆଜି ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଅପରାହ୍ନ ୪ ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ଫଳ ପ୍ରକାଶ ପାଇବ । ଏହାପୂର୍ବରୁ ବୋର୍ଡର ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସନ୍ଧ୍ୟା ୬ଟା ପରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.inରେ ଉପଲବ୍ଧ ହେବ ଫଳାଫଳ। ଇଣ୍ଟରନେଟ ନଥିବା ଅଞ୍ଚଳରେ SMS ମାଧ୍ୟମରେ ମିଳିବ ରେଜଲ୍ଟ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଅପରାହ୍ନ ୪ ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ଫଳ ପ୍ରକାଶ ପାଇବ । ଏହାପୂର୍ବରୁ ବୋର୍ଡର ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସନ୍ଧ୍ୟା ୬ଟା ପରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.inରେ ଉପଲବ୍ଧ ହେବ ଫଳାଫଳ। ଇଣ୍ଟରନେଟ ନଥିବା ଅଞ୍ଚଳରେ SMS ମାଧ୍ୟମରେ ମିଳିବ ରେଜଲ୍ଟ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।
ଚଳିତ ବର୍ଷ୫ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୩ ହଜାର ୧୩୩ଟି କେନ୍ଦ୍ରରେ ହୋଇଥିଲା ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାର୍ଥୀ ୬୦୦ ନମ୍ବରରେ ପରୀକ୍ଷା ଦେଇଥିଲେ । ସେଥିରୁ ୫୦ ମାର୍କ ସବଜେକ୍ଟିଭ ଥିବା ବେଳେ ୫୦ ମାର୍କ ଅବଜେକ୍ଚିଭ ଥିଲା । ମାଟ୍ରିକ ସହ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଏକା ସହିତ ମୂଲ୍ୟାୟନ କରାଯାଇଛି । ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଭିଡିଓ ବ୍ୟବସ୍ଥା କରାଯାଇଥିଲା।




