୧୮ରେ ବାହାରିବ ମାଟ୍ରିକ ରେଜଲ୍ଟ

କଟକ : ଚଳିତ ମାସ ୧୮ ତାରିଖ ବାହାରିବ ମାଟ୍ରିକ ରେଜଲ୍ଟ । ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବା ନେଇ କୁହାଯାଉଥିଲା । ଏନେଇ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ I ସିବିଏସଇ ଓ ଆଇସିଏସଇ ଦଶମ ରେଜଲଟ ବାହାରି ଯାଇଛି I ଆଜି କଟକ ବୋର୍ଡ କାର୍ଯ୍ୟାଳୟରେସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ଦେଖିପାରିବେ ରେଜଲ୍ଟ। ପିଲାମାନେ ମୋବାଇଲରେ […]

Samaya Live Picture
Published On

କଟକ : ଚଳିତ ମାସ ୧୮ ତାରିଖ ବାହାରିବ ମାଟ୍ରିକ ରେଜଲ୍ଟ । ମେ’ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବା ନେଇ କୁହାଯାଉଥିଲା । ଏନେଇ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ I ସିବିଏସଇ ଓ ଆଇସିଏସଇ ଦଶମ ରେଜଲଟ ବାହାରି ଯାଇଛି I ଆଜି କଟକ ବୋର୍ଡ କାର୍ଯ୍ୟାଳୟରେସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀ ଦେଖିପାରିବେ ରେଜଲ୍ଟ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ଅପରାହ୍ନ ୧୨ ଟା ପ ଠାରୁ ଉପଲବ୍ଧ ହେବ ରେଜଲ୍ଟ।

ଏ ବର୍ଷ ୫ ଲକ୍ଷ ୪୧ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଥିଲା । ସୁପରିଚାଳନା ପାଇଁ ୩୧୬ଟି ନୋଡାଲ ସେଣ୍ଟର ଓ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଗତ ବର୍ଷ ପାସ୍ ହାର ଥିଲା ୯୦ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ।

ସୂଚନାଯୋଗ୍ୟ ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିଲା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିଥିଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଖାତାଦେଖାରେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ନିୟୋଜିତ ରହିଥିଲେ ।

ଅନ୍ୟପଟେ ମେ’ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ବର୍ତ୍ତମାନ ତେବେ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଖୁବ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Tags: