ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତାଦେଖା

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ସରିବା ପରେ ଆଜିଠୁ ଆରମ୍ଭ ଖାତାଦେଖା ପ୍ରକ୍ରିୟା । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ଦେଖାଯିବ। ବୋର୍ଡ ପକ୍ଷରୁ ଖାତାଦେଖା ପାଇଁ ମୋଟ ୧୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ […]

Samaya Live Picture
Published On

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷା ସରିବା ପରେ ଆଜିଠୁ ଆରମ୍ଭ ଖାତାଦେଖା ପ୍ରକ୍ରିୟା । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମଧ୍ୟ ଦେଖାଯିବ। ବୋର୍ଡ ପକ୍ଷରୁ ଖାତାଦେଖା ପାଇଁ ମୋଟ ୧୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି ।

ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖାତାଦେଖା କାର୍ଯ୍ୟ ଚାଲିବ। ଏହି କାର୍ଯ୍ୟରେ ନିୟୋଜିତ ପରୀକ୍ଷକ ଓ କର୍ମଚାରୀମାନେ ଖାତାଦେଖା ସମୟରେ କେନ୍ଦ୍ରର କ୍ୟାମ୍ପସ୍‌ ବାହାରକୁ ଯାଇପାରିବେ ନାହିଁ। ଏଥିସହ ମୋବାଇଲ ପ୍ରବେଶ ମନା କରାଯାଇଛି। କୌଣସି ମୂଲ୍ୟାୟନ କେନ୍ଦ୍ରରେ ନିୟମ ଉଲ୍ଲଂଘନ ହେଉଥିବା ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଖାତାଦେଖା ଲାଗି ପରୀକ୍ଷକମାନେ ମଙ୍ଗଳବାର ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି।

ମାଟ୍ରିକ୍ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ ହୋଇଥିଲା । ଏହି ପ୍ରେସମିଟରେ ସୂଚନା ଦିଆଯାଇଥିଲା ଯେ, ମାର୍ଚ୍ଚ ୧୯ ତାରିଖରୁ ମାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ । ତେବେ ମୋଟ ୫୧ଟି କେନ୍ଦ୍ରରେ ଏହି ଖାତା ଦେଖା ପାଇଁ ବ୍ୟବସ୍ଥା କରାଯାଇଛି ।

Tags: