ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା,AI ସର୍ଭେଲାନ୍ସ ରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦଶମଶ୍ରେଣୀ ମାଟ୍ରିକ ପରୀକ୍ଷା I ଚଳିତ ବର୍ଷ ୫,୫୧ ହଜାର ୬୧୧ ଜଣ ପ୍ରାର୍ଥୀ ରେଗୁଲାର ଭାବରେ ପରୀକ୍ଷା ଦେଉଛନ୍ତି I ପରୀକ୍ଷା କେନ୍ଦ୍ର ସକାଳ ୭.୧୫ ପରିବର୍ତ୍ତେ ୭.୩୦ରେ ଖୋଲିଛି I ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ । ୯ ଟାରେ ପରୀକ୍ଷା ଆରମ୍ଭ ହେବ। ଏଥର ପ୍ରଥମ ଥର ପାଇଁ ପରୀକ୍ଷା କେନ୍ଦ୍ର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦଶମଶ୍ରେଣୀ ମାଟ୍ରିକ ପରୀକ୍ଷା I ଚଳିତ ବର୍ଷ ୫,୫୧ ହଜାର ୬୧୧ ଜଣ ପ୍ରାର୍ଥୀ ରେଗୁଲାର ଭାବରେ ପରୀକ୍ଷା ଦେଉଛନ୍ତି I ପରୀକ୍ଷା କେନ୍ଦ୍ର ସକାଳ ୭.୧୫ ପରିବର୍ତ୍ତେ ୭.୩୦ରେ ଖୋଲିଛି I ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ । ୯ ଟାରେ ପରୀକ୍ଷା ଆରମ୍ଭ ହେବ। ଏଥର ପ୍ରଥମ ଥର ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକରେ ନିଯୁକ୍ତି ରହିବେ ପର୍ଯ୍ୟବେକ୍ଷକ I ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ।

କୌଣସି କାରଣରୁ ଯଦି ପରୀକ୍ଷାର୍ଥୀ ୯ଟା ପରେ ଅର୍ଥାତ ପରୀକ୍ଷା ଆରମ୍ଭ ହେବା ପରେ ଆସନ୍ତି, ତେବେ ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାର୍ଡ, ୭୨ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ ହୋଇଛି । ବଡ଼ କଥା ହେଉଛି ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରା । ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟାବସ୍ଥା କରାଯିବା ସହ ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ପରୀକ୍ଷା କେନ୍ଦ୍ରରେ ଏଥର କଡା ପୁଲିସ ପାଟ୍ରୋଲିଂ କରାଯିବ ।

Tags: