ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ,ବାଜି ମାରିଲେ ଛାତ୍ରୀ
ଭୁବନେଶ୍ୱର : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ବୋର୍ଡ଼ ମୁଖ୍ୟାଳୟରେ ଅପରାହ୍ନ ୪ ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ପାସ୍ହାର ରହିଛି ୯୪.୯୩% । ଏଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ପୁଅଙ୍କ ପାସ ହାର ୯୪ % ଥିବା ବେଳେ […]
ଭୁବନେଶ୍ୱର : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ବୋର୍ଡ଼ ମୁଖ୍ୟାଳୟରେ ଅପରାହ୍ନ ୪ ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ପାସ୍ହାର ରହିଛି ୯୪.୯୩% । ଏଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ପୁଅଙ୍କ ପାସ ହାର ୯୪ % ଥିବା ବେଳେ ଝିଅଙ୍କ ପାସ ହାର ୯୬ % ଥିବା ଜଣ ଯାଇଛି ।
ବୋର୍ଡ଼ର ୱେବସାଇଟ www.bseodisha.ac.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ. । ଏସଏମଏସ କରି ରେଜଲ୍ଟ ମଧ୍ୟ ଜାଣିହେବ.OR10 ଲେଖି ରୋଲ ନମ୍ବର ଦେଇ 5676750 କୁ ମେସେଜ କଲେ ଆସିଯିବ ରେଜଲ୍ଟ ।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୧୮୧୨ ଛାତ୍ରଛାତ୍ରୀ A1 ଗ୍ରେଡ୍ ପାଇଛନ୍ତି । ୧୨ ହଜାର ୨୦୦ ଛାତ୍ରଛାତ୍ରୀ A2 ଗ୍ରେଡ୍ ପାଇଛନ୍ତି । ସେହିଭଳି ୩୮ ହଜାର ୮୩୧ ଛାତ୍ରଛାତ୍ରୀ B1 ଗ୍ରେଡ୍ ପାଇଛନ୍ତି । ତେବେ ଚଳିତ ବର୍ଷ ପାସ ହାର କମିଛି । ଗତବର୍ଷ ଏହା ୯୬.୨୭ ପ୍ରତିଶତ ଥିଲା । ସେହିପରି ୧୦୦ ଟି ସ୍କୁଲର ରେଜଲ୍ଟ କମିଛି । ଗତ ବର୍ଷ ୪୭୫୫ ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା ।
ସୂଚନାନୁସାରେ,ଗତ ୧୯ ରୁ ଆରମ୍ଭ ହେଇଥିଲା ମାଟ୍ରିକ ଖାତା ଦେଖା। ରାଜ୍ୟର ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଏହି ଖାତା ଦେଖା କାମରେ ନିୟୋଜିତ ହେଇଥିଲେ । ମେ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ବୋର୍ଡର ଲକ୍ଷ୍ୟ ରଖିଥିଲା ।




