ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି

କଟକ: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି ବୋର୍ଡ। ସେହିପରି SOSC ପରୀକ୍ଷା ୨୦୨୫ ପାଇଁ ମଧ୍ୟ ଫର୍ମ ପୂରଣ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଏହା ଶେଷ ପ୍ରକ୍ରିୟା ଏବଂ ଏହା ପରେ […]

Samaya Live Picture
Published On

କଟକ: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି ବୋର୍ଡ। ସେହିପରି SOSC ପରୀକ୍ଷା ୨୦୨୫ ପାଇଁ ମଧ୍ୟ ଫର୍ମ ପୂରଣ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି।

ତେବେ ଏହା ଶେଷ ପ୍ରକ୍ରିୟା ଏବଂ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ, ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ନଭେମ୍ବର ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିଲା। ତେବେ ଏହାକୁ ବୋର୍ଡ ପକ୍ଷରୁ ବୃଦ୍ଧି କରାଯାଇଛି।

ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ

Tags: