ଆଜି ଠାରୁ ମିଳିବ ମାଟ୍ରିକ ସାର୍ଟିଫିକେଟ,ଜୁଲାଇ ୫-୧୪ ମଧ୍ୟରେ ସଂଶୋଧନ ଅବଧି

ଭୁବନେଶ୍ୱର : ଆଜିଠାରୁ ଦଶମ ପାସ କରିଥିବା ଛାତ୍ର ଛାତ୍ରୀଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ I ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଛି। ୨୪ ଏବଂ ୨୫ତାରିଖ ଦୁଇଦିନ ମଧ୍ୟରେ ସ୍କୁଲଗୁଡିକର ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ନେଇପାରିବେ ମାଟ୍ରିକ ପ୍ରମାଣପତ୍ର । ଏ ସମ୍ପର୍କରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହିତ ଯଦି […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଦଶମ ପାସ କରିଥିବା ଛାତ୍ର ଛାତ୍ରୀଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ I ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ସେଣ୍ଟର କରାଯାଇଛି। ୨୪ ଏବଂ ୨୫ତାରିଖ ଦୁଇଦିନ ମଧ୍ୟରେ ସ୍କୁଲଗୁଡିକର ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ନେଇପାରିବେ ମାଟ୍ରିକ ପ୍ରମାଣପତ୍ର ।

ଏ ସମ୍ପର୍କରେ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହିତ ଯଦି ସାର୍ଟିଫିକେଟରେ କୌଣସି ତ୍ରୁଟିଥାଏ, ତାହେଲେ ଏହାକୁ ସଂଶୋଧନ କରାଯାଇପାରିବ। ଆସନ୍ତା ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା ସଂଶୋଧନ ପ୍ରକ୍ରିୟା କରାଯିବ। ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ କାଗଜପତ୍ର ଏବଂ ଦେୟ ଦାଖଲ କରି ସଂଶୋଧିତ ପ୍ରମାଣପତ୍ର ପାଇପାରିବେ ବୋଲି ସୂଚନା ମିଳିଛି।

Tags: