ଡେଙ୍ଗୁରେ ପ୍ରସୂତିଙ୍କ ମୃତ୍ୟୁ

ଭୁବନେଶ୍ୱର : ଡେଙ୍ଗୁ ନେଲା ଆଉ ଏକ ଜୀବନ I ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଜଣେ ପ୍ରସୂତି ମହିଳାଙ୍କର ମୃତ୍ୟୁ ଘଟିଛି I ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ମହିଳା ମୃତ୍ୟୁ ବରଣ କରିଛନ୍ତି I ମୃତା ମହିଳା ହେଉଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି। ପ୍ରସବର ୭ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ରାଜଧାନୀରେ ୩ୟ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି […]

Samaya Live Picture
Published On

ଭୁବନେଶ୍ୱର : ଡେଙ୍ଗୁ ନେଲା ଆଉ ଏକ ଜୀବନ I ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଜଣେ ପ୍ରସୂତି ମହିଳାଙ୍କର ମୃତ୍ୟୁ ଘଟିଛି I ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ମହିଳା ମୃତ୍ୟୁ ବରଣ କରିଛନ୍ତି I ମୃତା ମହିଳା ହେଉଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି। ପ୍ରସବର ୭ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ରାଜଧାନୀରେ ୩ୟ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି I

ସୂଚନାନୁସାରେ,ଗତ ୨୧ ତାରିଖରେ ଶର୍ମିଷ୍ଠା ଗର୍ଭଜନିତ କଷ୍ଟ ଯୋଗୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୨୩ ତାରିଖରେ ସେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ସେତେବେଳେ ସେ ସୁସ୍ଥ ଥିଲେ। ୨୫ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଜ୍ବର ହେବା ସହ ବାନ୍ତି ହୋଇଥିଲା। ଏଣୁ ତାଙ୍କର ଅନ୍ୟାନ୍ୟ ପରୀକ୍ଷା ସହ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ସେତେବେଳେ ତାଙ୍କର ଡେଙ୍ଗୁ ପଜିଟିଭ୍‌ ରିପୋର୍ଟ ଆସିବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟରେ କ୍ରମାଗତ ଭାବରେ ଅବନତି ଘଟିଚାଲିଥିଲା। ଶେଷରେ ୩୦ ତାରିଖ ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ବରୁ ଖଣ୍ଡଗିରି ର ଜଣେ ୮ ବର୍ଷୀୟା ଶିଶୁ କନ୍ୟାଙ୍କର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିବାବେଳେ,ପୂର୍ବରୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲ ରେ ଡେଙ୍ଗୁରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I

Tags: