ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ
ଭୁବନେଶ୍ୱର : ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି । ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଛି ।କେନ୍ଦ୍ର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ’ ମାସରେ ସରକାରୀ […]
ଭୁବନେଶ୍ୱର : ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି । ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଛି ।କେନ୍ଦ୍ର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ’ ମାସରେ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯେଉଁ କର୍ମଚାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ନିଜ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବଦଳି କରାଯିବା ବିଧି ରହିଥିବା ଜଣାପଡିଛି I
ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୩ ତାରିଖ ଦିନ ରାଜ୍ୟର ବିଭିନ୍ନ ବ୍ଲକରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଓଏଏସ୍ଙ୍କ ସମେତ ଡେପୁଟି କଲେକ୍ଟର ଆଦିଙ୍କ ବିଭାଗ ଅଦଳ ବଦଳ କରାଯାଇଥିଲା । ତେବେ ଏହି କ୍ରମରେ ଆଜି ସାଧାରଣ ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦୁଇଟି ବିଜ୍ଞପ୍ତି ମାଧ୍ୟମରେ ଏହି ଅଦଳ ବଦଳ କରାଯାଇଥିବା ଦେଖିବାକୁ ମିଳିଛି । ସେହି ଅନୁସାରେ,ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ରୁଦ୍ରନାରାୟଣ ମହାନ୍ତିଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଓଏଏସ୍ ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ଅନ୍ୟପଟେ ଭୁବନେଶ୍ୱରର ପୂର୍ବତନ ଚକବନ୍ଦୀ କମିଶନର ଶ୍ରୀ ରାଉତ ଏବେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଅଛନ୍ତି । ସେହିପରି ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ମାଇନର ମିନେରାଲସଙ୍କ ଯୁଗ୍ମ ନିର୍ଦ୍ଦେଶକ, ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ, ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ, ଶିବଶଙ୍କର ମିଶ୍ରଙ୍କୁ ଜଗତସିଂହପୁରର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ପାର୍ଥସାରଥୀ ହାଁସଦାଙ୍କୁ ପୁରୀ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେପଟେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଗୁଣୁପୁର ତହସିଲଦାର ଥିବା ଶରତ ଚନ୍ଦ୍ର ନାୟକ ରାୟଗଡ଼ା ଡେପୁଟି କଲେକ୍ଟର ଓ କୋରେଇ ପୂର୍ବତନ ବିଡିଓ ଥିବା ରଞ୍ଜନ କୁମାର ପରିଡ଼ାଙ୍କୁ ଗୋପ୍ ତହସିଲଦାର ଭାବେ ବଦଳି କରାଯାଇଛି । ଖଣ୍ଡପଡ଼ାର ପୂର୍ବତନ ତହସିଲଦାର ଶ୍ରୀ ହାଂସଦାଙ୍କର ବଦଳିକୁ ବାତିଲ କରାଯାଇଛି । ତାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା ।




