ମଣପୁରମ୍‌ ଗୋଲ୍ଡ ରେ ବଡ଼ ଧରଣର ଡକାୟତି

ସମ୍ବଲପୁର : ସମ୍ବଲପୁରରେ ବଡ଼ ଧରଣର ଡକାୟତି । ଆଜି ପୂର୍ବାହ୍ନ ୧୦ ଟା ବେଳେ ଲୁଟେରାମାନେ ଅଇଁଠାପାଲି ଛକରେ ଥିବା ମଣପୁରମ୍‌ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି । ଲୁଟେରାମାନେ ବାଇକ୍‌ରେ ଆସିଥିଲେ ଓ ବନ୍ଧୁକ ଦେଖାଇ ପ୍ରାୟ ୩୦ କେଜି ସୁନା ଲୁଟ୍‌ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ୩ […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁରରେ ବଡ଼ ଧରଣର ଡକାୟତି । ଆଜି ପୂର୍ବାହ୍ନ ୧୦ ଟା ବେଳେ ଲୁଟେରାମାନେ ଅଇଁଠାପାଲି ଛକରେ ଥିବା ମଣପୁରମ୍‌ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି । ଲୁଟେରାମାନେ ବାଇକ୍‌ରେ ଆସିଥିଲେ ଓ ବନ୍ଧୁକ ଦେଖାଇ ପ୍ରାୟ ୩୦ କେଜି ସୁନା ଲୁଟ୍‌ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସକାଳେ ୩ ଜଣ ସଶସ୍ତ୍ର ମୁଖାପିନ୍ଧା ଡକାୟତ ବୁଢାରାଜା ମଣପୁରମ୍‌ ବ୍ରାଞ୍ଚରେ ପଶିଥିଲେ । ଭିତରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହା ପରେ ସେଠାରେ ଥିବା ପ୍ରାୟ ୩୦ କେଜି ସୁନା ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଥାନାରେ ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

Tags: