ଆରୁହା ପାହାଡ଼ ଖଣିରେ ବଡ଼ ଧରଣର ରେଡ

ଯାଜପୁର: ଆରୁହା ପାହାଡ଼ସ୍ଥିତ ଖଣିରେ ବଡ଼ ଧରଣର ରେଡ । ବେଆଇନ ଖଣି ଖନନ ଅଭିଯୋଗରେ ଖଣି ବିଭାଗର ଅଧିକାରୀମାନେ ଏହି ରେଡ୍‌ କରିଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଖଣି ଖାଦାନରୁ ୭ଟି ଜେସିବି ମେଶିନ୍‌, ୬ଟି କମ୍ପ୍ରେସର ଏବଂ ୨ଟି ହାଇୱା ଜବତ କରିଥିବା ସୂଚନା ମିଳିଛି । ଚଢାଉ ଜାରି ରହିଥିବା ବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ପ୍ରତିଦିନ ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ […]

Samaya Live Picture
Published On

ଯାଜପୁର: ଆରୁହା ପାହାଡ଼ସ୍ଥିତ ଖଣିରେ ବଡ଼ ଧରଣର ରେଡ । ବେଆଇନ ଖଣି ଖନନ ଅଭିଯୋଗରେ ଖଣି ବିଭାଗର ଅଧିକାରୀମାନେ ଏହି ରେଡ୍‌ କରିଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଖଣି ଖାଦାନରୁ ୭ଟି ଜେସିବି ମେଶିନ୍‌, ୬ଟି କମ୍ପ୍ରେସର ଏବଂ ୨ଟି ହାଇୱା ଜବତ କରିଥିବା ସୂଚନା ମିଳିଛି । ଚଢାଉ ଜାରି ରହିଥିବା ବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି।

ପ୍ରତିଦିନ ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ ଟ୍ରିପ୍ କଳାପଥର ଚୋରା ଚାଲାଣ କରାଯାଉଛି । ଯାହାଫଳରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି । ତହସିଲ ଓ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଆଜି ପାହାଡ଼ରେ ବେଆଇନ ଖନନ ଓ ଚାଲାଣ ସମୟରେ ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏହାକୁ ଦୃଢ ବିରୋଧ କରିଛନ୍ତି । ଏହି ସମୟରେ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିଲେ ।

ସୂଚନା ମୁତାବକ, ଆରୁହା ପାହାଡ଼ରେ କୌଣସି ଖାଦାନକୁ ତହସିଲ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଶରତ ଜେନା ଓ ମନୋଜ ସାମଲ ବେଆଇନ ଭାବେ ଏହି କାର୍ଯ୍ୟ ଚଳାଇଛନ୍ତି । ତେବେ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଯଦି ପ୍ରଶାସନ ଏହି ବେଆଇନ କାର୍ଯ୍ୟକୁ ବନ୍ଦ ନକରେ ତାହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

 

Tags: