ବରଗଡ଼ରେ ବଡ଼ ଧରଣର ଚଢ଼ାଉ,୧୪ ଗିରଫ

ବରଗଡ଼ : ବରଗଡ଼ରେ ବଡ଼ ଧରଣର ଧରପଗଡ଼ । ପୁଲିସ ଚଢ଼ଉବେଳେ ୧୪ ଶହରୁ ଅଧିକ ବେଆଇନ କଫ୍‌ ସିରପ୍‌ ଜବତ ହୋଇଛି । ଏହାସହ ୧୪ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଧରିଛି ପୁଲିସ । ସେମାନଙ୍କ ନିକଟରୁ ୫ ଟି ଚୋରା ବନ୍ଧୁକ,୨୦ ଟି ଜୀବନ୍ତ ଗୁଳି,୫ଟି ୪ ଚକିଆ ଗାଡି ସହ ନଗଦ ୫୭ ହଜାର ୨ ଶହ ଟଙ୍କା ଜବତ ହୋଇଥିବା ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଏକ ସାମ୍ବାଦିକ […]

ବରଗଡ଼ରେ ବଡ଼ ଧରଣର ଚଢ଼ାଉ,୧୪ ଗିରଫ
Samaya Live Picture
Published On

ବରଗଡ଼ : ବରଗଡ଼ରେ ବଡ଼ ଧରଣର ଧରପଗଡ଼ । ପୁଲିସ ଚଢ଼ଉବେଳେ ୧୪ ଶହରୁ ଅଧିକ ବେଆଇନ କଫ୍‌ ସିରପ୍‌ ଜବତ ହୋଇଛି । ଏହାସହ ୧୪ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଧରିଛି ପୁଲିସ । ସେମାନଙ୍କ ନିକଟରୁ ୫ ଟି ଚୋରା ବନ୍ଧୁକ,୨୦ ଟି ଜୀବନ୍ତ ଗୁଳି,୫ଟି ୪ ଚକିଆ ଗାଡି ସହ ନଗଦ ୫୭ ହଜାର ୨ ଶହ ଟଙ୍କା ଜବତ ହୋଇଥିବା ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫଙ୍କ ମଧ୍ୟରେ ୩ ଜଣ ଛତିଶଗଡ଼ରୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ବେଆଇନ କଫ୍‌ ସିରପ୍‌ ଚାଲାଣ ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏସ୍‌ପିଙ୍କ ତତ୍ତ୍ବାବଧାନରେ ୭ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଅତାବିରା ଥାନା, ଗ୍ରାମାଞ୍ଚଳ ଥାନା, ସଦର ଥାନା, ଟାଉନ ଥାନା, ବିଜେପୁର ଥାନା ପୁଲିସ ଟିମ୍‌ ସହ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଚଢ଼ଉରେ ସାମିଲ ହୋଇଥିଲେ। ଚଢ଼ଉ ବେଳେ ପୁଲିସ ‘ଏସ୍‌କଫ୍‌’ ସିରପ୍‌ ସହ ୧୪ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି ।

Tags: