ଝାଡୁଦାର ଚାକିରୀ ନାଁରେ ମହା ଠକେଇ,୨ ଗିରଫ

ସମ୍ବଲପୁର : ସମ୍ବଲପୁରରେ ଜବ ଫ୍ରଡ଼ । ସରକାରୀ କାର୍ଯ୍ୟାଳୟରେ ଝାଡୁଦାର ଚାକିରୀ ପାଇଁ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି । ଘଟଣାର ସମ୍ପୃକ୍ତ ୨ ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିବା ସହିତ ୬୨ ଲକ୍ଷ ଟଙ୍କା ଜବତ କରିଛି । ମିଥ୍ୟା ପ୍ରଲୋଭନ ଦେଖାଇ ଲୋକଙ୍କୁ ଚାକିରୀ ଦେବା ସହ ମିଛ କାମ କରାଉଥିବା ନେଇ ସମ୍ବଲପୁର ପୁଲିସ ନିକଟକୁ ଅଭିଯୋଗ ଆସିଥିଲା । ବିଶେଷକରି ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ […]

ଝାଡୁଦାର ଚାକିରୀ ନାଁରେ ମହା ଠକେଇ,୨ ଗିରଫ
Samaya Live Picture
Published On

ସମ୍ବଲପୁର : ସମ୍ବଲପୁରରେ ଜବ ଫ୍ରଡ଼ । ସରକାରୀ କାର୍ଯ୍ୟାଳୟରେ ଝାଡୁଦାର ଚାକିରୀ ପାଇଁ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି । ଘଟଣାର ସମ୍ପୃକ୍ତ ୨ ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିବା ସହିତ ୬୨ ଲକ୍ଷ ଟଙ୍କା ଜବତ କରିଛି । ମିଥ୍ୟା ପ୍ରଲୋଭନ ଦେଖାଇ ଲୋକଙ୍କୁ ଚାକିରୀ ଦେବା ସହ ମିଛ କାମ କରାଉଥିବା ନେଇ ସମ୍ବଲପୁର ପୁଲିସ ନିକଟକୁ ଅଭିଯୋଗ ଆସିଥିଲା । ବିଶେଷକରି ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଏହି ଠକେଇ ହେଉଥିଲା । କିନ୍ତୁ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ କାରୀମାନେ ୧ ବର୍ଷ ଲେଖା ଚାକିରୀ କରିବା ସହିତ ଦରମା ମଧ୍ୟ ପାଇଥିବା କହିଛନ୍ତି । ତେବେ ଏମାନଙ୍କୁ କିଏ ଚାକିରୀ ଦେଇଥିଲା ଏବଂ କିଏ ଦରମା ଦେଉଥିଲା ଏନେଇ ତଦନ୍ତ ଜାରି ରହିଛି ।

ପୂର୍ବରୁ ଟଙ୍କା ନେଇ ସରକାରୀ ସଂସ୍ଥାରେ ଝାଡୁଦାର ଚାକିରୀ କରାଇ ଦେବାପାଇଁ ୧୨ ହଜାର ଏବଂ ସୁପର ଭାଇଜର ପାଇଁ ୨୦ ହଜାର ଲେଖା ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ଆସିଥିଲା। ପ୍ରାୟ ୧୮ ଶହ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ସଫେଇ କର୍ମୀ ଭାବେ କାର୍ଯ୍ୟ ଦେବା ପାଇଁ ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବର୍କ ଚଳାଇଥିଲେ । ଏହି ଠକେଇରେ ଏମାନେ ଲୋକଙ୍କ ଠାରୁ ୨ କୋଟି ଟଙ୍କା ଠକି ନେଇଥିବା ସମ୍ବଲପୁର ଏସପି କହିଛନ୍ତି। ତେବେ ବୁର୍ଲା ପୁଲିସର ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାଳୟା ତାଣ୍ଡି ନାମକ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆର୍‌ମ୍ୟାକ୍ସ-ପ୍ରାଇଭେଟ୍‌ ଲିମିଟେଡ୍ ନାଁ ରେ ଗୋଟିଏ ମିଛ କମ୍ପାନୀ ମଧ୍ୟ ଖୋଲିଥିବା ଏସପି କହିଛନ୍ତି। ମିଛ ନିଯୁକ୍ତି ଦେଇଥିବା ଲୋକଙ୍କୁ କିଛି ଦିନ ମିଛ କାମ ମଧ୍ୟ କରାଇଛନ୍ତି ବୋଲି ଏସପି କହିଛନ୍ତି।

Tags: