ସୁଟକେଶ ସୋ ରୁମରେ ଭୟଙ୍କର ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ
କଟକ : ଭୟଙ୍କର ଅଗ୍ନିକାଣ୍ଡରେ ସୁଟକେଶ ସୋ ରୁମ ଛାରଖାର । କଟକ ଦୋଳମୁଣ୍ଡାଇ ଛକରେ ଥିବା ଏକ ଲଗେଜ୍ ଏବଂ କପଡ଼ା ସୋ’ ରୁମ୍ରେ ଭୟଙ୍କର ନିଆଁ ଲାଗିଛି । ଯେଉଁଥିରେ ବହୁମାତ୍ରାରେ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଗୋଦାମ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ଆଖପାଖ ବିଲ୍ଡିଂ ମାନଙ୍କୁ ନିଆଁ ବ୍ୟାପିବାର ଆଶଙ୍କା ରହିଥିବାରୁ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । […]
କଟକ : ଭୟଙ୍କର ଅଗ୍ନିକାଣ୍ଡରେ ସୁଟକେଶ ସୋ ରୁମ ଛାରଖାର । କଟକ ଦୋଳମୁଣ୍ଡାଇ ଛକରେ ଥିବା ଏକ ଲଗେଜ୍ ଏବଂ କପଡ଼ା ସୋ’ ରୁମ୍ରେ ଭୟଙ୍କର ନିଆଁ ଲାଗିଛି । ଯେଉଁଥିରେ ବହୁମାତ୍ରାରେ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଗୋଦାମ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ଆଖପାଖ ବିଲ୍ଡିଂ ମାନଙ୍କୁ ନିଆଁ ବ୍ୟାପିବାର ଆଶଙ୍କା ରହିଥିବାରୁ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ସୂଚନାନୁସାରେ,ଆଜି ସକାଳୁ ପ୍ରାୟ ୧୦ଟା ସମୟରେ କଟକ ଦୋଳମୁଣ୍ଡାଇ ଛକରେ ଥିବା ସୋ ରୁମରେ କର୍ମଚାରୀ ମାନେ ପହଞ୍ଚି ଏସି ସୁଇଚ ଅନ କରିବାରୁ ପ୍ରଚଣ୍ଡ ଶବ୍ଦ ହୋଇ ଚାରି ଆଡେ ଧୁଆଁମୟ ହୋଇଯାଇଥିଲା । ଏଥିରେ କର୍ମଚାରୀମାନେ ଭୟଭୀତ ହୋଇ ଦୌଡ଼ି ବାହାରି ଆସିଥିଲେ । ମାତ୍ର ଚାହୁଁ ଚାହୁଁ ସୋ ରୁମ ଚାରି ଆଡେ ନିଆଁ ଓ ଧୂଆଁ ବ୍ୟାପି ଯାଇଥିଲା । ଶୋ’ରୁମ ତଳ ମହଲାରେ ଥିବା ବେଳେ ଉପର ମହଲା ଗୋଦାମରେ ରହିଥିଲା। ନିଆଁ ସୁଟକେସ ସୋ’ରୁମରେ ଲାଗିବା ପରେ ଉପରମହଲାକୁ ବ୍ୟାପି ଯାଇଥିଲା।
ଏହାଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ କର୍ମଚାରୀ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ସୋ’ ରୁମ୍ ଭିତରେ କପଡ଼ା ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ପ୍ରବଳମାତ୍ରାରେ ବଢିଯାଇଥିଲା । ସ୍ଥାନୀୟ ଲୋକ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରୁଛନ୍ତି ।




