ମିକ୍ସଚର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ
ଭୁବନେଶ୍ୱର : ଶନିବାର ସକାଳେ ସହିଦ ନଗର ସ୍ଥିତ ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଫ୍ୟାକ୍ଟ୍ରିରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଏବଂ ମିକ୍ସଚର ପ୍ରସ୍ତୁତି ପାଇଁ ରହିଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସହିଦନଗର ଏସ୍ବିଆଇ ନିକଟରେ ଥିବା ମୁଖରୁଚି ନମକିନରେ ଅଗ୍ନିକାଣ୍ଡ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୨ରୁ ଅଧିକ ଦଳ ପହଞ୍ଚି ନିଆଁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ତେବେ କେଉଁ ପରିସ୍ଥିତିରେ […]
ଭୁବନେଶ୍ୱର : ଶନିବାର ସକାଳେ ସହିଦ ନଗର ସ୍ଥିତ ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଫ୍ୟାକ୍ଟ୍ରିରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଏବଂ ମିକ୍ସଚର ପ୍ରସ୍ତୁତି ପାଇଁ ରହିଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ସହିଦନଗର ଏସ୍ବିଆଇ ନିକଟରେ ଥିବା ମୁଖରୁଚି ନମକିନରେ ଅଗ୍ନିକାଣ୍ଡ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୨ରୁ ଅଧିକ ଦଳ ପହଞ୍ଚି ନିଆଁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।
ମିଳିଥିବା ସୂଚନା ଅନୁସାରେ, ଭୋର୍ ୫ଟା ସମୟରେ ମୁଖରୂଚି ମିକ୍ସଚର ଓ ମିଠା ଦୋକାନରେ ନିଆଁ ଲାଗିଥିଲା । ତେବେ ଦମକଳକୁ ଖବର ଦିଆଯାଇଥିଲେ ମଧ୍ୟ ସକାଳ ୭ଟା ଯାଏଁ ଦମକଳ ଗାଡି ନପହଞ୍ଚିବାରୁ ନିଆଁ ଅଧିକ ବ୍ୟାପି ଯାଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛି । ଖବର ଲେଖାଯିବା ବେଳକୁ ୨ଟି ଅଗ୍ନିଶମ କେନ୍ଦ୍ରରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଫ୍ୟାକ୍ଟୋରି ଭିତରେ ତେଲ ଏବଂ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ତୁରନ୍ତ ବ୍ୟାପିଯାଇଥିଲା।




