OSRTC କାର୍ଯ୍ୟାଳୟର ସମ୍ପତ୍ତି ଜବତ
ସମ୍ବଲପୁର: ସମ୍ବଲପୁର OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍। ମୁଦିପଡ଼ା ସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରାଯାଇଛି । ବସ୍ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ଏହି ସମ୍ପତ୍ତି ଆଟାଚ୍। କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପତ୍ତି ଆଟାଚ୍ ପ୍ରକ୍ରିୟା ଜାରି କରାଯାଇଛି। ବସ୍ ମାଲିକଙ୍କୁ ବକେୟା ଫେରସ୍ତ ନକରିବା ମାମଲା ପଡ଼ିଲା ମହଙ୍ଗା । ଟଙ୍କା ନଦେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲିଜଧାରୀ। ସୂଚନାନୁସାରେ, ୧୯୯୯ ମସିହାରେ ସରୋଜ ତ୍ରିପାଠୀ ନାମକ ବ୍ଯକ୍ତି […]
ସମ୍ବଲପୁର: ସମ୍ବଲପୁର OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍। ମୁଦିପଡ଼ା ସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରାଯାଇଛି । ବସ୍ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ଏହି ସମ୍ପତ୍ତି ଆଟାଚ୍। କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପତ୍ତି ଆଟାଚ୍ ପ୍ରକ୍ରିୟା ଜାରି କରାଯାଇଛି। ବସ୍ ମାଲିକଙ୍କୁ ବକେୟା ଫେରସ୍ତ ନକରିବା ମାମଲା ପଡ଼ିଲା ମହଙ୍ଗା । ଟଙ୍କା ନଦେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲିଜଧାରୀ।
ସୂଚନାନୁସାରେ, ୧୯୯୯ ମସିହାରେ ସରୋଜ ତ୍ରିପାଠୀ ନାମକ ବ୍ଯକ୍ତି ପରିବହନ ନିଗମକୁ ୫୦ ହଜାର ଟଙ୍କା ସିକ୍ଯୁରିଟି ଦେଇ ଏକ ବସ ଲିଜରେ ନେଇଥିଲେ । ହେଲେ ପରିବହନ ବିଭାଗ ତାଙ୍କୁ ଏକ ଖରାପ ବସ ଲିଜରେ ଦେଇଥିଲେ । ମାତ୍ର ବସ ବାରମ୍ବାର ଖରାପ ହେଉଥିବାରୁ ପରିବହନ ବିଭାଗ ୬ମାସ ପରେ ଆଉ ବସ ଚଳାଇବା ପାଇଁ ଅନୁମତି ଦେଲେ ନାହିଁ । ଯାହା ଫଳରେ ଲିଜ ନେଇଥିବା ବ୍ୟକ୍ତି ପରିବହନ ବିଭାଗକୁ ଦେଇଥିବା ସିକ୍ୟୁରିଟି ଟଙ୍କା ମାଗିଥିଲେ । କିନ୍ତୁ ବିଭାଗ ଟଙ୍କା ଫେରାଇ ନଥିଲା । ଏହାକୁ ନେଇ ଗତ ୨୦୦୦ ମସିହାରେ ସମ୍ବଲପୁର ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ । ଦୁଇଥର ଡିଗ୍ରୀ ପାଇଥିଲେ ମଧ୍ୟ ବିଭାଗ ଟଙ୍କା ଫେରାଇ ନଥିଲେ । ଶେଷରେ କୋର୍ଟ ସୁଧ ମୂଳ ମିଶି ୩ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଟଙ୍କା ପଇଠ ନକରିବା ଫଳରେ ଆଜି ସମ୍ପତ୍ତି ଆଟାଚ କରାଯାଉଛି




