ରାଜୁଆ ନଦୀରେ ମାଛ ମଡ଼କ

ପିପିଲି : ରାଜୁଆ ନଦୀ ଜଳ ହେଲା ବିଷାକ୍ତ । ନଦୀରେ ଭାସୁଛନ୍ତି କୁଢ଼ କୁଢ଼ ମଲା ମାଛ । ପୁରୀ ଜିଲ୍ଲା କଣାସ ବ୍ଲକ ଦେଇ ପ୍ରବାହିତ ହେଉଥିବା ରାଜୁଆ ନଦୀ ଜଳ କୌଣସି କାରଣରୁ ହୋଇଛି ବିଷାକ୍ତ । ନଦୀ ଜଳ ବିଷାକ୍ତ ହେଉଥିବାରୁ ମାଛ ମରି ଭାସୁଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ଏଥିଯୋଗୁଁ ସ୍ଥାନୀୟ ଜଣ ସାଧାରଣ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । କାରଣ ଭୁବନେଶ୍ୱର,କଟକରୁ ନିର୍ଗତ […]

Samaya Live Picture
Published On

ପିପିଲି : ରାଜୁଆ ନଦୀ ଜଳ ହେଲା ବିଷାକ୍ତ । ନଦୀରେ ଭାସୁଛନ୍ତି କୁଢ଼ କୁଢ଼ ମଲା ମାଛ । ପୁରୀ ଜିଲ୍ଲା କଣାସ ବ୍ଲକ ଦେଇ ପ୍ରବାହିତ ହେଉଥିବା ରାଜୁଆ ନଦୀ ଜଳ କୌଣସି କାରଣରୁ ହୋଇଛି ବିଷାକ୍ତ । ନଦୀ ଜଳ ବିଷାକ୍ତ ହେଉଥିବାରୁ ମାଛ ମରି ଭାସୁଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। ଏଥିଯୋଗୁଁ ସ୍ଥାନୀୟ ଜଣ ସାଧାରଣ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । କାରଣ ଭୁବନେଶ୍ୱର,କଟକରୁ ନିର୍ଗତ ବର୍ଜ୍ୟବସ୍ତୁ ଡ୍ରେନ ଦେଇ ସିଧା ଯାଇ ଗଙ୍ଗୁଆ ନାଲାଦେଇ ସିଧା ଯାଇ ଦୟାନଦୀରେ ମିଶିବା ଫଳରେ ଏହାର ଶାଖା ନଦୀ ରାଜୁଆ,ମଲାଗୁଣି,ମକର ଆଦି ବିଭିନ୍ନ ନଦୀ ଜଳ ଦୂଷିତ ହୋଇ ବିଷାକ୍ତ ହେଉଛି । କଣାସ ବ୍ଲକର ୨୮ ଟି ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷ ଲୋକ ଏହି ନଦୀଗୁଡିକ ଉପରେ ନିର୍ଭର କରୁଥିବାରୁ ଏହା ଏବେ ବିଷ ବଳୟରେ ପରିଣତ ହୋଇଛି । ଏନେଇ ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Tags: