ଚିର ନିଦ୍ରାରେ ସହିଦଙ୍କ ମା’,ସହି ପାରିଲେନି ପୁଅ ସହିଦ ହେବାର କଷ୍ଟ

କେଉଁଝର : ପ୍ରକୃତରେ ଭଗବାନ ବଡ଼ ନିଷ୍ଠୁର I ଗୋଟିଏ ବର୍ଷ ଭିତରେ ମା’ଆଖି ଆଗରୁ ନେଇଗଲେ ୩ ପୁଅଙ୍କୁ I ଶେଷରେ ସହିଦ ପୁଅକୁ ଝୁରି ଝୁରି ଚିର ନିଦ୍ରାରେ ଶୋଇ ଯାଇଛନ୍ତି ମା’I ଇଏ ହେଉଛନ୍ତି କେଉଁଝରର ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ସୁନ୍ଦରୀ ଖୁଣ୍ଟିଆ I ସୁଶାନ୍ତ ସହିଦ ହେବାର ୮ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଚ୍ଛନ୍ତି । ସୂଚନାନୁସାରେ,ଗତ ଶୁକ୍ରବାର ୧୧ ତାରିଖ […]

Samaya Live Picture
Published On

କେଉଁଝର : ପ୍ରକୃତରେ ଭଗବାନ ବଡ଼ ନିଷ୍ଠୁର I ଗୋଟିଏ ବର୍ଷ ଭିତରେ ମା’ଆଖି ଆଗରୁ ନେଇଗଲେ ୩ ପୁଅଙ୍କୁ I ଶେଷରେ ସହିଦ ପୁଅକୁ ଝୁରି ଝୁରି ଚିର ନିଦ୍ରାରେ ଶୋଇ ଯାଇଛନ୍ତି ମା’I ଇଏ ହେଉଛନ୍ତି କେଉଁଝରର ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ସୁନ୍ଦରୀ ଖୁଣ୍ଟିଆ I ସୁଶାନ୍ତ ସହିଦ ହେବାର ୮ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଚ୍ଛନ୍ତି ।

ସୂଚନାନୁସାରେ,ଗତ ଶୁକ୍ରବାର ୧୧ ତାରିଖ ଦିନ ଝାଡ଼ଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ I ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ସୁନ୍ଦରୀ ପୂର୍ବରୁ ଗଲବ୍ଲାଡର ଷ୍ଟୋନ ଯୋଗୁଁ ଭୁବନେଶ୍ୱରରେ ଝିଅ ପାଖରେ ରହି ଚିକିତ୍ସିତ ହେଉଥିଲେ I ତେବେ ପୁଅ ସହିଦ ହେବାର ଖବର ଶୁଣି ସେ ନିଜ ଗାଁ କେଉଁଝର ଜିଲ୍ଲା ଆନନ୍ଦପୁରକୁ ଚାଲି ଆସିଥିଲେ I ଏହି ସମୟରେ ତାଙ୍କର ଚିକିତ୍ସାରେ ଅବହେଳା ହୋଇଥିଲା I ସେ ୭ ଦିନ ଭିତରେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସପ୍ତାହକ ମଧ୍ୟରେ ପୁଅକୁ ଝୁରି ଝୁରି ମାଆଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ଅଂଚଳବାସୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ସନ୍ତାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାନ୍ତି। ସୁଶାନ୍ତ ସହିଦ ହେବାର ୮ ଦିନ ପରେ ତାଙ୍କ ମା’ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛି। ମା’ଙ୍କ ପରଲୋକ ପରେ ସହିଦ ସୁଶାନ୍ତଙ୍କ ପରିବାର ସମ୍ପୂର୍ଣ୍ଣ ମୂରବି ଶୂନ୍ୟ ହୋଇଯାଇଛି। ଏବେ ପରିବାର କହିଲେ ସହିଦ ସୁଶାନ୍ତଙ୍କ ଗର୍ଭବତୀ ପତ୍ନୀ ହିଁ ଅଛନ୍ତି।

ପ୍ରକାଶ ଥାଉକି,ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ ଥିଲେ ପରିବାରର ସାନ ପୁଅ I ଆଜିକୁ ଠିକ୍ ୨ ବର୍ଷ ପୂର୍ବେ ୨୦୨୧ରେ କରୋନା ରେ ସୁଶାନ୍ତଙ୍କର ବାପା ଅତୁଳ ଖୁଣ୍ଟିଆଙ୍କର ଦେହାନ୍ତ ହୋଇଥିଲା। ପରେ ପରେ ୨୦୨୨ରେ ତାଙ୍କ ବଡ ଭାଇଙ୍କର କର୍କଟରେ ଏବଂ ୨୦୨୩ ଜାନୁଆରୀରେ ତାଙ୍କ ମଝିଆଁ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ପୁଅ ସୁଶାନ୍ତ ହିଁ ଥିଲେ ପୁରା ପରିବାରର ଏକମାତ୍ର ସହ ଭରସା ।କିନ୍ତୁ ବିଡ଼ମ୍ବନାର କଥା ସୁଶାନ୍ତ ଖୁଂଟିଆ ସହିଦ ହେବା ପରେ ଏକମାତ୍ର ସାହା ଭରସାକୁ ହରାଇବାର ଦୁଃଖକୁ ସହି ପାରିନଥିଲେ ମା’ ସୁନ୍ଦରୀ ଖୁଂଟିଆ । ପୁଅକୁ ଝୁରି ଝୁରି ଶେଷରେ କଟକ ବଡ଼ ଡାକ୍ତରଖାନIରେ ଆଖି ବୁଜିଦେଲେ ସୁନ୍ଦରୀ I ବର୍ତ୍ତମାନ ଘରେ କେବଳ ସୁଶାନ୍ତଙ୍କ ୨ ମାସର ଗର୍ଭବତୀ ପତ୍ନୀ ଙ୍କ ସହିତ ବଡ଼ ଭାଇଙ୍କ ପତ୍ନୀ,୧୧ ବର୍ଷର ଜଣେ ପୁତୁରା ଓ ଭଉଣୀ ଭିଣୋଇ ଅଛନ୍ତି । ଗତ ଜୁନ ୨୫ ତାରିଖରେ ବିବାହ କରିଥିଲେ ସୁଶାନ୍ତ ଖୁଣ୍ଟିଆ I

Tags: