ବାପଘର ଲୋକଙ୍କୁ ବିଷ ଦେଲା ବିବାହିତା ଝିଅ , ୬ ଗୁରୁତର
ଯାଜପୁର : ପାରିବାରିକ କଳହର ଉଗ୍ରରୂପ । ପ୍ରେମ ବିବାହକୁ ସ୍ୱୀକୃତି ନ ମିଳିବାରୁ ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ଝିଅ । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ । ସମସ୍ତ ଗୁରୁତରଙ୍କୁ ଯାଜପୁର ମେଡିକାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ମଧ୍ୟ ରହିଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ବିଷାକ୍ତ ଖାଦ୍ୟ ଖାଇବା ପରେ […]
ଯାଜପୁର : ପାରିବାରିକ କଳହର ଉଗ୍ରରୂପ । ପ୍ରେମ ବିବାହକୁ ସ୍ୱୀକୃତି ନ ମିଳିବାରୁ ପରିବାରର ୬ ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ଝିଅ । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡ଼ା ଗ୍ରାମରେ । ସମସ୍ତ ଗୁରୁତରଙ୍କୁ ଯାଜପୁର ମେଡିକାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ମଧ୍ୟ ରହିଛି ।
ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ବିଷାକ୍ତ ଖାଦ୍ୟ ଖାଇବା ପରେ ପ୍ରଥମେ ଅଢେଇ ବର୍ଷର ଶିଶୁ କନ୍ୟାଙ୍କ ସହ ଆଉ ଜଣେ ଯୁବକଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ମାତ୍ର କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ଏକ ଗାଡ଼ିରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଡାକ୍ତର ଚିକିତ୍ସା କରିବା ପରେ ବିଷାକ୍ତ ଖାଦ୍ୟ ଯୋଗୁ ଏମିତି ହୋଇଥିବା ଜଣାପଡ଼ିଥିଲା।
ସୂଚନାନୁସାରେ,ଗତ ୬ ମାସ ତଳେ କନିକାପଡ଼ାର ଉମାକାନ୍ତ ଓଝାଙ୍କ ଝିଅର ବିବାହ ଠିକ୍ ହୋଇଥିଲା । ହେଲେ ସେ ଘରୁ ଲୁଚି ପଳାଇ ସୁକିନ୍ଦା ଥାନା ମଂଗଳପୁର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଘର ଛାଡି ଯିବା ସମୟରେ ଘରୁ ସୁନା, ଟଙ୍କା ଆଦି ଜିନିଷ ସାଥିରେ ନେଇଯାଇଥିଲେ । ଏହାକୁ ପରିବାର ଲୋକ ବିରୋଧ କରିଥିଲେ । ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପର୍କୀୟ ଭାଇମାନେ ଆଣି ଝିଅ ଜ୍ୱାଇଙ୍କୁ ସେମାନଙ୍କ ପାଖରେ ରଖିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ୨ ଦିନ ତଳେ କଳହ ସହିତ ମାରପିଟ ହୋଇ ମଂଗଳପୁର ଥାନାରେ ୨ଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା । ବିବାହିତ ଝିଅ ଜଣଙ୍କ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଜୀବନରୁ ହତ୍ୟା କରିବାକୁ ଧମକ ଦେଉଥିବାବେଳେ ଗତକାଲି ଏହି ଘଟଣା ଭିଆଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ପରିବାର ଲୋକେ ହସ୍ପିଟାଲରେ ଥିବାରୁ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।




