ଚାରା ବୋଝେଇ ଟ୍ରକରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ
କୋରାପୁଟ : ଗଞ୍ଜେଇ ଚୋରା ଚାଲାଣ ର ନୂଆ ଫଣ୍ଡା I ଚାରା ଗଛ ବୋଝେଇ ଟ୍ରକରୁ ଜବତ ହେଲା କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ । ନିମ୍ବ ଚାରା ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ୧୦ କୋଟିର ଗଞ୍ଜେଇ ଜବତ କରିଛି କୋରାପୁଟ ପାଡୁଅ ପୋଲିସ । ଏହି ଘଟଣାରେ ଜଣେ ଗଞ୍ଜେଇ ମାଫିଆ ଧରାପଡିଥିବାବେଳେ ଆଉ ଜଣେ ଚକ୍ମା ଦେଇ ଫେରାର ହୋଇଯାଇଛି । ତେବେ ଧରାପଡିଥିବା ଗଞ୍ଜେଇର ମୂଲ୍ୟ ୩ କୋଟି […]
କୋରାପୁଟ : ଗଞ୍ଜେଇ ଚୋରା ଚାଲାଣ ର ନୂଆ ଫଣ୍ଡା I ଚାରା ଗଛ ବୋଝେଇ ଟ୍ରକରୁ ଜବତ ହେଲା କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ । ନିମ୍ବ ଚାରା ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ୧୦ କୋଟିର ଗଞ୍ଜେଇ ଜବତ କରିଛି କୋରାପୁଟ ପାଡୁଅ ପୋଲିସ । ଏହି ଘଟଣାରେ ଜଣେ ଗଞ୍ଜେଇ ମାଫିଆ ଧରାପଡିଥିବାବେଳେ ଆଉ ଜଣେ ଚକ୍ମା ଦେଇ ଫେରାର ହୋଇଯାଇଛି । ତେବେ ଧରାପଡିଥିବା ଗଞ୍ଜେଇର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ଏହି ଅଞ୍ଚଳରୁ ଗଞ୍ଜେଇର ବିପୁଳ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କୋରାପୁଟ ପୋଲିସ । ଏସ୍ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ବରେ ପାଡୁଆ ନିକଟରେ ନାକାବାନ୍ଦୀ କରିଥିଲା ପାଡୁଅ ପୋଲିସ । ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟ୍ରେସନ ନମ୍ବରର ଆଇଚ ଗାଡି ଆସିଥିଲା । ତେବେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଗାଡି ଡାଲା ଭିତରେ ନିମ ଚାରା ସହ ବିପୁଳ ପରିମାଣର ଗଞ୍ଜେଇ ସଜା ହୋଇ ରଖାଯାଇଥିଲା । ଜବତ ଗଞ୍ଜେଇ ପ୍ରାୟ ୧ଟନ୍ ହେବ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ହେବ । ଏହି ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ଗିରଫ ଡ୍ରାଇଭରର ହେଉଛି ରାଜସ୍ଥାନର ଭିଲୱାରା ଜିଲ୍ଲା ବଦନାର ଥାନା ବାରାରି ୟୋମକା ବାରୀୟା ଗାଁର ଦେବୀ ସିଂ। ଏହି ଗଞ୍ଜେଇ ସ୍ଥାନୀୟ ବୁଡି ଗ୍ରାମରୁ ରାଜସ୍ଥାନକୁ ଚାଲାଣ ହେଉଥିଲା । ପୋଲିସ ଏକ NDPS ଆକ୍ଟରେ ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଛି ।




