ପାନ ମସଲା ଦୋକାନରୁ ଗଞ୍ଜେଇ ଜବତ
ଭୁବନେଶ୍ୱର : ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ । ଏକ ପାନ ମସଲା ଦୋକାନରୁ ଜବତ ହୋଇଛି ପୁଳା ପୁଳା ଗଞ୍ଜେଇ । ବାହାରେ ମସଲା ଡିଷ୍ଟ୍ରିବ୍ୟୁଟର ବ୍ୟାନର ଲଗାଯାଇଥିଲା । ଆଉ ଭିତରେ ଚାଲିଥିଲା ଗଞ୍ଜେଇ କାରବାର। ପୋଲିସ ଓ STFର ମିଳିତ ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି, ଯାହାକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଅବୈଧ ଭାବେ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଏହି ଘଟଣାରେ […]
ଭୁବନେଶ୍ୱର : ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ । ଏକ ପାନ ମସଲା ଦୋକାନରୁ ଜବତ ହୋଇଛି ପୁଳା ପୁଳା ଗଞ୍ଜେଇ । ବାହାରେ ମସଲା ଡିଷ୍ଟ୍ରିବ୍ୟୁଟର ବ୍ୟାନର ଲଗାଯାଇଥିଲା । ଆଉ ଭିତରେ ଚାଲିଥିଲା ଗଞ୍ଜେଇ କାରବାର। ପୋଲିସ ଓ STFର ମିଳିତ ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି, ଯାହାକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଅବୈଧ ଭାବେ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଏହି ଘଟଣାରେ ନିଶାକାରବାର କରୁଥିବା ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଗଞ୍ଜେଇକୁ ପାଉଡର କରି ସିଗାରେଟରେ ଭର୍ତ୍ତି କରି ବିକ୍ରି କରୁଥିଲେ ଦୋକାନୀ । ସେପଟେ ଦୋକାନରୁ ମିଳିଥିବା ସାମଗ୍ରୀ ଗଞ୍ଜେଇ ନୁହେଁ, ବରଂ ବିଡ଼ି ଗୁଣ୍ଡ ବୋଲି କହିଛନ୍ତି ଅଭିଯୁକ୍ତ ଦୋକାନୀ । ନିଶା କାରବାରକୁ ମୁଳୋତ୍ପାଟନ କରିବା ପାଇଁ କମିଶନରେଟ ପୋଲିସ ଜୋରଦାର ଅଭିଯାନ ଚଳାଇଛି । ଏହି କ୍ରମରେ ବିଭିନ୍ନ ଦୋକାନରେ ଜାରି ରହିଛି ଚଢାଉ ।




