ସମ୍ବିଧାନର ୭୫ତମ ବାର୍ଷିକୀ ପାଳନ ଅବସରରେ ପଦଯାତ୍ରା
ଭୁବନେଶ୍ୱର : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ । ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ଜାତୀୟ କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି ।ଏନେଇ ଶୀତ ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜିଠାରୁ ଆରମ୍ଭ ହେଉଥିବା ସମ୍ବିଧାନ ଦିବସ ଉତ୍ସବ ବର୍ଷବ୍ୟାପୀ ଚାଲିବ । ପ୍ରତିବର୍ଷ ନଭେମ୍ବର ୨୬ ରେ ପାଳିତ ହୋଇଥାଏ ସମ୍ବିଧାନ ଦିବସ । ଏହି ପରିପ୍ରେକ୍ଷୀରେ […]
ଭୁବନେଶ୍ୱର : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ । ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ଜାତୀୟ କାର୍ଯ୍ୟକ୍ରମ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି ।ଏନେଇ ଶୀତ ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆଜିଠାରୁ ଆରମ୍ଭ ହେଉଥିବା ସମ୍ବିଧାନ ଦିବସ ଉତ୍ସବ ବର୍ଷବ୍ୟାପୀ ଚାଲିବ ।
ପ୍ରତିବର୍ଷ ନଭେମ୍ବର ୨୬ ରେ ପାଳିତ ହୋଇଥାଏ ସମ୍ବିଧାନ ଦିବସ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ଅନୁଷ୍ଠିତ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ପଦଯାତ୍ରା ଭୁବନେଶ୍ବର ଏଜି ଛକରୁ ବହାରି କ୍ୟାପିଟାଲ ହସ୍ପିଟାଲ ଛକ ଯାଏ ଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ।
ସୂଚନାନୁସାରେ, ୧୯୪୯ ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା। ୧୯୫୦ ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି। ଚଳିତ ବର୍ଷ ସମ୍ବିଧାନ ଦିବସର ବିଷୟବସ୍ତୁ ରହିଛି ‘ମୋର ସମ୍ବିଧାନ ମୋର ସ୍ବାଭିମାନ’। ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ବର୍ଷବ୍ୟାପୀ ଉତ୍ସବ କରିବାକୁ ଘୋଷଣା କରିଛନ୍ତି ।




