ମାର୍ଚ୍ଚ ୭ ତାରିଖ ସୁଭଦ୍ରା ଆବେଦନର ଡେଡ଼ ଲାଇନ – ପ୍ରଭାତୀ ପରିଡ଼ା

ଭୁବନେଶ୍ଵର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ଆସନ୍ତା ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନ ପାଇଁ ଡେଡ୍ ଲାଇନ୍ । ହିତାଧିକାରୀମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇଁ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆବେଦନ କରିପାରିବେ ଏବଂ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଯୋଜନାର ୨ୟ ପର୍ଯାୟ ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି କି […]

Samaya Live Picture
Published On

ଭୁବନେଶ୍ଵର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ଆସନ୍ତା ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନ ପାଇଁ ଡେଡ୍ ଲାଇନ୍ । ହିତାଧିକାରୀମାନେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇଁ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଆବେଦନ କରିପାରିବେ ଏବଂ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଯୋଜନାର ୨ୟ ପର୍ଯାୟ ଟଙ୍କା ମିଳିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି କି ,ଏପର୍ଯ୍ୟନ୍ତ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ଟଙ୍କା ମିଳିସାରିଲାଣି । ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ । ଏନେଇ ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି ।

Tags: