ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀରେ ସ୍ଥାନ ପାଇବ ମାଣ୍ଡିଆ ସହ ଓଡ଼ିଶାର ପଟ୍ଟଚିତ୍ର
ଭୁବନେଶ୍ୱର : ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ବିଶ୍ୱର ନାମୀଦାମୀ ଦେଶ ଯୋଗ ଦେବେ । ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ। କୋରାପୁଟର ଆଦିବାସୀ ମହିଳା ରାଇମତି ଘିଉରିଆ ଓ ମୟୂରଭଞ୍ଜର ସୁବାସ ମହନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆଦିବାସୀଙ୍କ ଜୀବନଶୈଳୀ ଓ ମିଲେଟ ମିଶନ ଉପରେ ବିସ୍ତୃତ ତଥ୍ୟ ରଖିବେ […]
ଭୁବନେଶ୍ୱର : ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ବିଶ୍ୱର ନାମୀଦାମୀ ଦେଶ ଯୋଗ ଦେବେ । ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ଯୋଗଦେବେ। କୋରାପୁଟର ଆଦିବାସୀ ମହିଳା ରାଇମତି ଘିଉରିଆ ଓ ମୟୂରଭଞ୍ଜର ସୁବାସ ମହନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆଦିବାସୀଙ୍କ ଜୀବନଶୈଳୀ ଓ ମିଲେଟ ମିଶନ ଉପରେ ବିସ୍ତୃତ ତଥ୍ୟ ରଖିବେ I ମାଣ୍ଡିଆର ଉପକାରିତା ଉପରେ ଆଲୋକପାତ ମଧ୍ୟ କରିବେ। ମିଲେଟ ମିଶନ ଦ୍ୱାରା ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି, ଏହା ଉପରେ ମଧ୍ୟ ତଥ୍ୟ ଉପସ୍ଥାପନ କରିବେ।
ଏହାବାଦ ଭାରତ ମଣ୍ଡପଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ। ଏହା ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ।
ଏହି ହସ୍ତଶିଳ୍ପ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ। ବିଶେଷ କରି ଜିଆଇ ଟ୍ୟାଗ ପ୍ରାପ୍ତ ସାମଗ୍ରୀ, ମହିଳା ଓ ଆାଦିବାସୀ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେବ। ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ତର୍ଜାତୀୟ ପ୍ରତିନିଧି, ଗଣମାଧ୍ୟମ କର୍ମଚାରୀମାନେ ଏହି ହସ୍ତଶିଳ୍ପ ମେଳାକୁ ବୁଲି ଦେଖିବା ସହ ସ୍ଥାନୀୟ ଉତ୍ପାଦ କିଣିବାର ସୁଯୋଗ ପାଇବେ।




