ନାୟବ ସରପଞ୍ଚଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ

ଛତିଶଗଡ଼ : ମାଓବାଦୀଙ୍କ ବର୍ବର କାଣ୍ଡ। ଛତିଶଗଡ଼଼ ସୁକୁମା ଜିଲାରେ ନାୟବ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା କରିଥିବା କରିଥିବା ସୂଚନା ମିଳିଛି। ଛତିଶଗଡ଼଼ ସୁକୁମା ଜିଲା ତାରଲାବେଡ଼ା ପଞ୍ଚାୟତର ନାୟବ ସରପଞ୍ଚ ମୁଚାକି ରାମାଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ହତ୍ୟାକାଣ୍ଡ ଭିଆଇଥିବା ମାଓବାଦୀମାନଙ୍କୁ ମୁହଁତୋଡ ଯବାବ ଦିଆଯିବ ଏବଂ ସେମାନେ ଯେକୌଣସି […]

ନାୟବ ସରପଞ୍ଚଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ
Samaya Live Picture
Published On

ଛତିଶଗଡ଼ : ମାଓବାଦୀଙ୍କ ବର୍ବର କାଣ୍ଡ। ଛତିଶଗଡ଼଼ ସୁକୁମା ଜିଲାରେ ନାୟବ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା କରିଥିବା କରିଥିବା ସୂଚନା ମିଳିଛି।

ଛତିଶଗଡ଼଼ ସୁକୁମା ଜିଲା ତାରଲାବେଡ଼ା ପଞ୍ଚାୟତର ନାୟବ ସରପଞ୍ଚ ମୁଚାକି ରାମାଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ହତ୍ୟାକାଣ୍ଡ ଭିଆଇଥିବା ମାଓବାଦୀମାନଙ୍କୁ ମୁହଁତୋଡ ଯବାବ ଦିଆଯିବ ଏବଂ ସେମାନେ ଯେକୌଣସି ସ୍ଥାନରେ ଲୁଚି ରହିଥିଲେ ବି ଖୋଜି ବାହାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ,ଛତିଶଗଡ଼ ତେଲେଙ୍ଗାନା ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ ୧୫ ଦିନରେ ପହଞ୍ଚିଛି । ହେଲେ କେରେଗୁଟ୍ଟା ପାହାଡକୁ ସୁରକ୍ଷା କର୍ମୀ ଘେରି ରହିଥିବା ବେଳେ ପାହାଡ ଉପରେ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ କରିଛନ୍ତି ସୁରକ୍ଷା ବାହିନୀ । ଯାହାକୁ ନେଇ ଏବେ ଭୟରେ ଲାଲ୍ ବାହିନୀ । ମଙ୍ଗଳବାର ଦିନ ମାଓବାଦୀ ମାନେ କେରେଗୁଟ୍ଟା ପାହାଡ଼ରେ IED ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Tags: