ପୋଲିସ କ୍ୟାମ୍ପ ଉପରେ ମାଓ ହମଲା ,ଯବାନ ଗୁରୁତର
ମାଲକାନଗିରି : CRPF କ୍ୟାମ୍ପ ଉପରେ ମାଓ ହମଲା । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର CRPF କ୍ୟାମ୍ପ ଉପରେ ମାଓବାଦୀ ହମଲା କରିଥିବା ସୂଚନା ମିଳିଛି । ଛତିଶଗଡ଼ରେ ନକ୍ସଲ ଅପରେସନକୁ ଏବେ ଜୋରଦାର କରାଯାଇଛି । ଏଥିରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ନକ୍ସଲ । ଗତ ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଜିଡପାଲୀ ଗ୍ରାମ ନିକଟରେ ନୂତନ CRPF କ୍ୟାମ୍ପ ଉପରକୁ ରକେଟ ବୋମା, ବିୟର ବୋତଲ ବୋମା, […]
ମାଲକାନଗିରି : CRPF କ୍ୟାମ୍ପ ଉପରେ ମାଓ ହମଲା । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର CRPF କ୍ୟାମ୍ପ ଉପରେ ମାଓବାଦୀ ହମଲା କରିଥିବା ସୂଚନା ମିଳିଛି । ଛତିଶଗଡ଼ରେ ନକ୍ସଲ ଅପରେସନକୁ ଏବେ ଜୋରଦାର କରାଯାଇଛି । ଏଥିରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ନକ୍ସଲ । ଗତ ବିଳମ୍ବିତ ରାତିରେ ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଜିଡପାଲୀ ଗ୍ରାମ ନିକଟରେ ନୂତନ CRPF କ୍ୟାମ୍ପ ଉପରକୁ ରକେଟ ବୋମା, ବିୟର ବୋତଲ ବୋମା, ଫିଙ୍ଗିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ ମାଓବାଦୀ । ଏହି ପୁଲିସ କ୍ୟାମ୍ପ ଗତ ଦୁଇ ଦିନ ତଳେ ପ୍ରତିଷ୍ଠା କରାଯାଇଛି। ତେବେ ପୁଲିସର ପାଲଟା ଆକ୍ରମଣରେ ମାଓବାଦୀ ପଛଘୁଞ୍ଚା ଦେଇଥିଲେ ମଧ୍ୟ ହମଲାରେ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ନକ୍ସଲ ଏହି ନୂତନ କ୍ୟାମ୍ପ ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ଯବାନଙ୍କ ରକେଟ ଲଞ୍ଚର ମାଡ଼ରେ ନକ୍ସଲ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ।




