ଓଡିଶା ସମେତ ୫ ଟି ରାଜ୍ୟରେ ମାଓ ସଂଗଠନର ବନ୍ଦ ଡାକରା
କାଲିମେଳା : ଆଜିଠାରୁ ମମାଓବାଦୀଙ୍କ ୫ଟି ରାଜ୍ୟରେ ବନ୍ଦ ଡାକରା I ନିର୍ବାଚନ ପୂର୍ବରୁ ୪ ରାଜ୍ୟରେ ସିପିଆଇ ମାଓ ସଂଗଠନର କର୍ମକର୍ତ୍ତାମାନେ ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ଅପରେସନ `କଗାର’କୁ ବିରୋଧ କରି ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଅପରେସନ `କଗାର’ରେ ଗତ ୩ ମାସରେ ୫୦ ମାଓବାଦୀଙ୍କୁ ଫରଜି ଏନ୍କାଉଣ୍ଟର କରି ପୋଲିସ ନିପାତ କରିଛନ୍ତି । ଏପ୍ରିଲ ୨ ରେ […]
କାଲିମେଳା : ଆଜିଠାରୁ ମମାଓବାଦୀଙ୍କ ୫ଟି ରାଜ୍ୟରେ ବନ୍ଦ ଡାକରା I ନିର୍ବାଚନ ପୂର୍ବରୁ ୪ ରାଜ୍ୟରେ ସିପିଆଇ ମାଓ ସଂଗଠନର କର୍ମକର୍ତ୍ତାମାନେ ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ଅପରେସନ `କଗାର’କୁ ବିରୋଧ କରି ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଅପରେସନ `କଗାର’ରେ ଗତ ୩ ମାସରେ ୫୦ ମାଓବାଦୀଙ୍କୁ ଫରଜି ଏନ୍କାଉଣ୍ଟର କରି ପୋଲିସ ନିପାତ କରିଛନ୍ତି । ଏପ୍ରିଲ ୨ ରେ ବିଜାପୁର ଜିଲ୍ଲା ଗଙ୍ଗାଲୁରରେ ଟଳିଥିଲେ ୧୩ ମାଓବାଦୀ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ମାଓ ସଂଗଠନ ଗୁଡିକ I ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନର ‘ମଧ୍ୟପ୍ରଦେଶ ବ୍ୟୁରୋ, କେନ୍ଦ୍ରୀୟ କମିଟି’ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡର ଲୋକଙ୍କୁ ଏପ୍ରିଲ୍ ୧୫ ରେ ସମର୍ଥନ କରିବାକୁ ଆହ୍ୱାନ ଦେଇଛି ।
ଏକ ପ୍ରେସ ବିଜ୍ଞପ୍ତିରେ ମାଓବାଦୀମାନେ ଦାବି କରିଛନ୍ତି ଯେ ଗତ ୨୦ ବର୍ଷ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ୫୦୦୦ ରୁ ଅଧିକ ମାଓ କ୍ୟାଡରଙ୍କୁ ହତ୍ୟା କରାଯାଇଛି। ସେହିପରି ୨୦୨୪ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ପ୍ରାୟ ୫୦ ଜଣ କ୍ୟାଡରଙ୍କୁ ହତ୍ୟା କରାଯାଇସାରିଲାଣି । ଏହା ବ୍ୟତୀତ ଗତ ୧୫ ଦିନ ମଧ୍ୟରେ ୨୨ ଜଣ ମାଓବାଦୀଙ୍କୁ ହତ୍ୟା କରାଯାଇଛି- ପୂଜାରୀ କାନକରରେ ୩ , ଚିପୁରବତୀରେ ୬ ଏବଂ କୋରଚେଲିରେ ୧୩ ଜଣଙ୍କୁ ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଓ ଦକ୍ଷିଣ ବସ୍ତର ସବ୍ ଜୋନାଲ ବ୍ୟୁରୋ ତରଫରୁ ବନ୍ଦ ଡାକରା ଦିଆଯାଇଛି।
ଅନ୍ୟପଟେ ବିଜାପୁର ଜିଲ୍ଲା ଛୁଟବାହି କ୍ୟାମ୍ପ ଉପରେ ମାଓ ସଂଗଠନ ପକ୍ଷରୁ ଆକ୍ରମଣ ସୂଚନା ରହିଛି । ଛୁଟବାହି କ୍ୟାମ୍ପ ଉପରେ ଦେଶୀ ବେରେଲ ଗ୍ରେନେଡ଼ ଲଞ୍ଚର ମାଧ୍ୟମରେ ଆକ୍ରମଣ କରାଯିବାର ଆଶଙ୍କା କରାଯାଉଛି । ତେବେ ସେଠାରେ ସୁରକ୍ଷା ବହିନୀଙ୍କ କଡା ପାଟ୍ରୋଲିଂ ଚାଲୁଛି I ଏହାବାଦ ମାଓବାଦୀ ଲୁଚିଥିବା ସନ୍ଦିଗ୍ଧ ସ୍ଥାନ ଗୁଡିକରେ ସୁରକ୍ଷାକର୍ମୀଂକ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଛି ଲାଲ ସଂଗଠନ । ବନ୍ଦ ଯୋଗୁଁ ସୀମାନ୍ତ ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇ,କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ଅନ୍ୟପଟେ ଆଜି ଆଜି ମାଲକାନଗିରି ଯିବେ ଡିଜିପି I ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୀମାନ୍ତ ଜିଲ୍ଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ I ତେବେ ମାଲ୍କାନ ଜିଲ୍ଲାରେ ମାଓ ଆତଙ୍କ ନଥିଲେ ମଧ୍ୟ ଆସନ୍ତା ୧୯ ତାରିଖରେ ସୀମାନ୍ତ ଛତିଶଗଡ଼ ରାଜ୍ୟରେ ନିର୍ବାଚନ ଥିବାରୁ ସେଠାରେ ସୁରକ୍ଷା କର୍ମୀ କିପରି କିପରି ଅପରେସନ ଜୋରଦାର କରିବେ ସେନେଇ BSF ଏବଂ ଜିଲ୍ଲା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ଡିଜିପି I




