ମାଓନେତା ଭାସ୍କର ନିହତ
ମାଲକାନଗିରି : ଭୁସୁଡୁଛି ଲାଲ ଦୁର୍ଗ । ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଛତ୍ରଭଙ୍ଗ ଦେଉଛତି ମାଓବାଦୀ । ସେହିପରି ଶୁକ୍ରବାର ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ଗୁଳି ବିନିମୟ ଘଟିଥିଲା । ଏଥିରେ ତେଲଙ୍ଗାନାର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ମାଲିରାପୁ ଆଡ଼ଲୁ ତଥା ଭାସ୍କର ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । […]
ମାଲକାନଗିରି : ଭୁସୁଡୁଛି ଲାଲ ଦୁର୍ଗ । ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଛତ୍ରଭଙ୍ଗ ଦେଉଛତି ମାଓବାଦୀ । ସେହିପରି ଶୁକ୍ରବାର ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ଗୁଳି ବିନିମୟ ଘଟିଥିଲା । ଏଥିରେ ତେଲଙ୍ଗାନାର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ମାଲିରାପୁ ଆଡ଼ଲୁ ତଥା ଭାସ୍କର ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । ଭାସ୍କର ନାଁରେ ୪୫ଲକ୍ଷର ପୁରସ୍କାର ରାଶି ରହିଥିଲା । ଏହାସହ ଘଟଣାସ୍ଥଳରୁ ଏକେ-୪୭ ରାଇଫଲ ବ୍ୟତୀତ ବିପୁଳ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି ।
ନିହତ ଭାସ୍କର ତେଲେଙ୍ଗାନା ରାଜ୍ୟ କମିଟିର ସଦସ୍ୟ । ସେ ତେଲେଙ୍ଗାନାର ଆଦିଲାବାଦ ଜିଲାର ବାସିନ୍ଦା ଥିଲା । ସିପିଆଇ (ମାଓବାଦୀ) ସଂଗଠନର ତେଲେଙ୍ଗାନା ରାଜ୍ୟ କମିଟିର ମଞ୍ଚେରିଆଲ କୋମରାମ ଭୀମାର ସଚିବ ମଧ୍ୟ ରହିଥିଲା । ଗୁରୁବାର ଦିନ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଗୌତମ ଓରଫ ସୁଧାକର ମଧ୍ୟ ନିହତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ବିଜେପୁର ଜଙ୍ଗଲରେ ଛତିଶଗଡ଼ ଡିଆରଜି, ସିଆରପିଏଫ୍, କୋବ୍ରା ଏବଂ ଏସଟିଏଫ୍ ପକ୍ଷରୁ ମାଓ ଦମନ ଅଭିଯାନ ଜାରି ରହିଛି ।




