ବୌଦ୍ଧରେ ମାଓ କ୍ୟାମ୍ପ ଠାବ
ବୌଦ୍ଧ : ବୌଦ୍ଧ ଜିଲାରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ। ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓବାଦୀ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ […]
ବୌଦ୍ଧ : ବୌଦ୍ଧ ଜିଲାରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ ଏସଓଜି ଯବାନ। ଯବାନଙ୍କ ପକ୍ଷରୁ ଉକ୍ତ ଜଙ୍ଗଲରେ କୋମ୍ବିଂ ଅପରେସନ ଜାରି ରହିଥିଲା। ଏହି ସମୟରେ କନକାରେ ଗୋଟିଏ ଏବଂ କୁଆକୁମୁଡ଼ାରେ ଗୋଟିଏ ମାଓବାଦୀ ଶିବିର ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଯବାନମାନେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। କୋମ୍ବିଂ ଅପରେସନ ସମ୍ପର୍କରେ ଆଗୁଆ ସୂଚନା ପାଇ ମାଓବାଦୀମାନେ ସେଠାରୁ ଖସି ପଳାଇଥିବା ଅନୁମାନ କରାଯାଉଛି।
ସୂଚନାନୁସାରେ,ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR, ୩ଟି ବନ୍ଧୁକ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଥିଲା । DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଥିଲା । ଏନେଇ ସୂଚନା ଦେଇଥିଲେ ବସ୍ତର ଆଇଜି ପି. ସୁନ୍ଦରରାଜ ।




