କୋଟଗଡ଼ରେ ମାଓବାଦୀ ବିରୋଧୀ ପୋଷ୍ଟର: କୋଟଗଡ଼ ଅଂଚଳ ଛାଡିବାକୁ ମାଓବାଦୀଙ୍କୁ ଚେତାବନୀ
କୋଟଗଡ:କୋଟଗଡ଼ ଥାନା ବଣ୍ଡାପିପିଲି, ରଢ଼ିଗୁମା ଓ କୋଟଗଡ଼ କଲୋନୀ ସାହିରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର। କୋଟଗଡ଼ କୁଇ ସମାଜ ପକ୍ଷରୁ ପୋଷ୍ଟର ଜାରୀ ହୋଇଥିବା ଦେଖିବାକୁ ମିଳିଛି। ଛତିଶଗଡ ମାଓବାଦୀ କୋଟଗଡ଼ ଅଂଚଳ ଛାଡି ନିଜ ରାଜ୍ୟ କୁ ଫେରିଯିବାକୁ ଚେତାବନୀ ଦେଇଛି କୁଇ ସମାଜ। ଆଗାମୀ ଦିନରେ ହଜାର ହଜାର ଆଦିବାସୀ ଏକଜୁଟ ହୋଇ କୌଣସି ଗାଁ ରେ ମାଓବାଦୀ ଙ୍କୁ ପୁରାଇ ଦେବୁନାହିଁ ବୋଲି ପୋଷ୍ଟର ଜରିଆରେ କଡା ଚେତାବନୀ ଦେଇଛି କୁଇ […]
କୋଟଗଡ:କୋଟଗଡ଼ ଥାନା ବଣ୍ଡାପିପିଲି, ରଢ଼ିଗୁମା ଓ କୋଟଗଡ଼ କଲୋନୀ ସାହିରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର। କୋଟଗଡ଼ କୁଇ ସମାଜ ପକ୍ଷରୁ ପୋଷ୍ଟର ଜାରୀ ହୋଇଥିବା ଦେଖିବାକୁ ମିଳିଛି। ଛତିଶଗଡ ମାଓବାଦୀ କୋଟଗଡ଼ ଅଂଚଳ ଛାଡି ନିଜ ରାଜ୍ୟ କୁ ଫେରିଯିବାକୁ ଚେତାବନୀ ଦେଇଛି କୁଇ ସମାଜ। ଆଗାମୀ ଦିନରେ ହଜାର ହଜାର ଆଦିବାସୀ ଏକଜୁଟ ହୋଇ କୌଣସି ଗାଁ ରେ ମାଓବାଦୀ ଙ୍କୁ ପୁରାଇ ଦେବୁନାହିଁ ବୋଲି ପୋଷ୍ଟର ଜରିଆରେ କଡା ଚେତାବନୀ ଦେଇଛି କୁଇ ସମାଜ।
ମାଓବାଦୀଙ୍କ ଭୟରେ ନିଜ ଅଂଚଳ ରେ ଭେଣ୍ଡିଆ ପିଲା ରହୁ ନାହାନ୍ତି
ବାଧ୍ୟ ହୋଇ ମାଓବାଦୀ ଭୟରେ କେରଳ ଓ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା କହିଛି କୁଇ ସମାଜ। ଏଣୁ ମାଓବାଦୀଙ୍କୁ କଡା ଚେତାବନୀ ଦେଇଛି କୁଇ ସମାଜ।




