ଯାତ୍ରୀବାହି ବସ-ଟ୍ରକ ଧକ୍କାରେ ବହୁ ଆହତ

ସୁନ୍ଦରଗଡ଼ : ଯାତ୍ରୀବାହି ବସକୁ ଧକ୍କା ଦେଲା ଟ୍ରକ୍ । ବସରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ I ଏମାନଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଗତକାଲି ଏଭଳି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣ ନିକଟରେ । ସୂଚନାନୁସାରେ,ଗତକାଲି ରାତି ସାଢେ ୩ ଟା ପାଖାପାଖିରେ ‘ଅନୁପମା’ ନାମକ ବସ୍‌ ଟି ପ୍ରାୟ ୩୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ବସ୍‌ଟି […]

Samaya Live Picture
Published On

ସୁନ୍ଦରଗଡ଼ : ଯାତ୍ରୀବାହି ବସକୁ ଧକ୍କା ଦେଲା ଟ୍ରକ୍ । ବସରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ I ଏମାନଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି I ଗତକାଲି ଏଭଳି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଯାତ୍ରା ଖମଣ ନିକଟରେ ।

ସୂଚନାନୁସାରେ,ଗତକାଲି ରାତି ସାଢେ ୩ ଟା ପାଖାପାଖିରେ ‘ଅନୁପମା’ ନାମକ ବସ୍‌ ଟି ପ୍ରାୟ ୩୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। ବସ୍‌ଟି ଟିକାୟତପାଲି ଥାନା ୧୪୩ ନମ୍ବର ଜାତୀୟ ରାଜପଥ ଯାତ୍ରା ଖମଣ ଅଞ୍ଚଳ ଅତିକ୍ରମ କରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହ ବସ୍‌ ର ମୁହାଁମୁହିଁ ଧକ୍କା ହୋଇଥିଲା I ଫଳରେ ଉଭୟ ବସ୍‌ ଓ ଟ୍ରକ୍‌ର ସମ୍ମୁଖର ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି।

ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଛନ୍ତି I ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତରମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା,ଟ୍ରକ ଡ୍ରାଇଭର ଫେରାର ଅଛନ୍ତି I

Tags: