୩ ଦିନ ମଧ୍ୟରେ ମନ୍ଥା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ
ଭୁବନେଶ୍ୱର : ଆଜିଠୁ ମନ୍ଥା କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି। ଓଡିଶା ବାତ୍ୟା ମନ୍ଥା ପ୍ରଭାବରୁ ବର୍ତ୍ତିଯାଇଛି। ତେଣୁ ଆଦୌ ବିଚଳିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ବାତ୍ୟା ମନ୍ଥା ଦ୍ଵାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବତି ହୋଇଛି। […]
ଭୁବନେଶ୍ୱର : ଆଜିଠୁ ମନ୍ଥା କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି। ଓଡିଶା ବାତ୍ୟା ମନ୍ଥା ପ୍ରଭାବରୁ ବର୍ତ୍ତିଯାଇଛି। ତେଣୁ ଆଦୌ ବିଚଳିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
ତେବେ ବାତ୍ୟା ମନ୍ଥା ଦ୍ଵାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବତି ହୋଇଛି। ମନ୍ଥା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲା ଗୋଷାଣୀ ନୂଆଗାଁ ବ୍ଲକରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟର ୫୬ଟି ବ୍ଲକରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ୩୬୨ ମୁକ୍ତ ରୋଷଶାଳାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। କିଛି ସ୍ଥାନରେ ଘର କ୍ଷୟକ୍ଷତି ହେବାର ସୂଚନା ମିଳିଛି। ରିପୋର୍ଟ ଆସିବା ପରେ ତୁରନ୍ତ ସରକାର କ୍ଷତିପୂରଣ ପ୍ରଦାନ କରିବେ। ବାତ୍ୟାକୁ ଦୃଷ୍ଟିରେ ରଖି ୧୯ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ୨୧୯୮ ଆସନ୍ନ ପ୍ରସବାଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।




